ମେଘାଳୟରେ ଏନ୍‌ସିପି ପ୍ରାର୍ଥୀଙ୍କୁ ହତ୍ୟା

ମେଘାଳୟରେ ଏନ୍‌ସିପି ପ୍ରାର୍ଥୀଙ୍କୁ ହତ୍ୟା

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ମେଘାଳୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଜଣେ ଏନ୍‌ସିପି ପ୍ରାର୍ଥୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମେଘାଳୟର ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ପ୍ରାର୍ଥୀ ଜନାଥୋନ୍‌ ଏନ୍‌ ସାଙ୍ଗମାଙ୍କ ଗାଡ଼ି ଉପରକୁ ଗତକାଲି ସନ୍ଧ୍ୟାରେ ଆତଙ୍କବାଦୀମାନେ ଆକ୍ରମଣ କରିବାଦ୍ୱାରା ଜନାଥୋନ୍‌ଙ୍କ ମୃତ୍ୟୁ ହେବାସହ ତାଙ୍କସହ ଥିବା ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ୪୩ ବର୍ଷୀୟ ଏନ୍‌ସିପି ପ୍ରାର୍ଥୀ ଜନାଥୋନ୍‌ ଓ୍ଵିଲିୟମନଗରରରୁ ନିର୍ବାଚନୀ ପ୍ରଚାର ସାରି ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଫେରୁଥିବାବେଳେ ବାଟରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଜନାଥୋନ୍‌ଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୁକୁଲ୍‌ ସାଙ୍ଗ୍‌ମା।

ସୂଚନାଯୋଗ୍ୟ ମେଘାଳୟର ଦକ୍ଷିଣ ଏବଂ ପୁର୍ବ ଗାରୋ ହିଲ୍ସ ଜିଲ୍ଲାରେ ସକ୍ରିୟ ଥିବା ( ଗାରୋ ନ୍ୟାସନାଲ ଲିବରେସନ୍‌ ଆର୍ମି) ଆତଙ୍କବାଦୀ ଗୋଷ୍ଠୀ ଜନାଥୋନ୍‌ଙ୍କ ବିରୋଧରେ ପ୍ରଚାର କରୁଥିଲା। ଉକ୍ତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ହିଁ ଜନାଥୋନ୍‌ଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଜଣାଯାଇଛି। ୨୦୧୩ ନିର୍ବାଚନରେ ମଧ୍ୟ ଜନାଥୋନ୍‌ଙ୍କୁ ମୃତ୍ୟୁ ଧମକ ମିଳିଥିଲା ଏବଂ ତାଙ୍କୁ ଏନେଇ ଅତିରିକ୍ତ ସୁରକ୍ଷା ଯୋଗାଇ ଦିଆଯାଇଥିଲା ବୋଲି ପୁଲିସ ସୁତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe