ଅଜିତ ପାଓ୍ଵାରଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ହଟେଇଲେ ଶରଦ ପାଓ୍ଵାର, ଦିଲୀପ ପାଟିଲ ନୂଆ ବିଧାୟକ ଦଳ ନେତା

Advertisment
ଅଜିତ ପାଓ୍ଵାରଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ହଟେଇଲେ ଶରଦ ପାଓ୍ଵାର, ଦିଲୀପ ପାଟିଲ ନୂଆ ବିଧାୟକ ଦଳ ନେତା

image credit : Deccan Herald

ମୁମ୍ବାଇ : ଏନସିପି ମୁଖ୍ୟ ଶରଦ ପାଓ୍ଵାର ବିଦ୍ରୋହୀ ନେତା ଅଜିତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ବରଖାସ୍ତ କରାଯାଇଛି । ତାଙ୍କ ସ୍ଥାନରେ ଦିଲୀପ ଓ୍ଵାଲସେ ପାଟିଲ ଦଳର ନୂଆ ବିଧାୟକ ଦଳ ନେତା ନିଯୁକ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ସକାଳେ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିବା କେତେକ ବିଦ୍ରୋହୀ ବିଧାୟକ ଶରଦ ପାଓ୍ଵାରଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଛନ୍ତି । ଏନସିପିର ୫୪ ବିଧାୟକଙ୍କ ମଧ୍ୟରୁ ୫୦ ଏବେ ଶରଦ ପାଓ୍ଵାରଙ୍କ ନିୟନ୍ତ୍ରଣରେ ରହିଛନ୍ତି । ସେମାନଙ୍କୁ ମୁମ୍ବଇର ରେନେସାଁ ହୋଟେଲକୁ ନିଆଯିବ ବୋଲି ଜଣାପଡିଛି ।
ସକାଳେ ଅଜିତ ପାଓ୍ଵାରଙ୍କ ସହିତ ଯାଇଥିବା ୯ ଜଣ ଏନସିପି ବିଧାୟକଙ୍କ ମଧ୍ୟରୁ ୪ ଜଣ ଆଜି ସଂଧ୍ୟାରେ ଶରଦ ପାଓ୍ଵାରଙ୍କ ନିକଟକୁ ଫେରିଆସିଛନ୍ତି ଓ ତାଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକଟ କରିଛନ୍ତି । ଏମାନେ ହେଉଛନ୍ତି ଦିଲ୍ଲୀପ ବାଙ୍କର, ସୁନୀଲ ସେଲକେ, ସୁନୀଲ ଭୁସାରା ଓ ସଂଜୟ ଭାଂସଡେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe