ପାଓ୍ଵାରଙ୍କୁ ଭେଟିଲେ ରାହୁଲ: କଂଗ୍ରେସ-ଏନ୍‌ସିପି ମିଶ୍ରଣ ନେଇ ଆଲୋଚନା, ପାଓ୍ଵାର ହୋଇପାରନ୍ତି ନୂତନ କଂଗ୍ରେସ ଅଧ୍ୟକ୍ଷ !

ପାଓ୍ଵାରଙ୍କୁ ଭେଟିଲେ ରାହୁଲ: କଂଗ୍ରେସ-ଏନ୍‌ସିପି ମିଶ୍ରଣ ନେଇ ଆଲୋଚନା, ପାଓ୍ଵାର ହୋଇପାରନ୍ତି ନୂତନ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଓ ମୋଦିଙ୍କ ନୂତନ କ୍ୟାବିନେଟକୁ ନେଇ ଏବେ ଦେଶର ରାଜନୀତି ସରଗରମ ରହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ରାଜନୀତି ତାତିକୁ ଆହୁରି ବଢ଼ାଇ ଦେଇଛନ୍ତି।

publive-image

ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ସଦ୍ୟସମାପ୍ତ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ପରେ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଅଡ଼ି ବସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର ଅବ୍ୟବହିତ ପୂର୍ବରୁ ଆଜି ଅପରାହ୍ଣରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର ମୁଖ୍ୟ ଶରଦ ପାଓ୍ଵାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପାଓ୍ଵାରଙ୍କ ସହ ଆଲୋଚନା କାଳରେ ରାହୁଲ ଏନ୍‌ସିପିର ମିଶ୍ରଣ କଂଗ୍ରେସ ସହ ଘଟାଇ କଂଗ୍ରେସର ଅଧ୍ୟକ୍ଷ ଭାର ତୁଲାଇବାକୁ ପାଓ୍ଵାରଙ୍କୁ ଅନୁରୋଧ କରିଥିବା ନେଇ ଜାତୀୟ ସ୍ତରର ଏକ ନ୍ୟୁଜ୍‌ ପୋର୍ଟାଲରେ ଖବର ପ୍ରସାରିତ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏବେ ବି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବାରୁ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe