ଲକ୍‌ଡାଉନ୍‌ ସମୟରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବା ମାମଲା : ଗୁଗ୍‌ଲ, ଟୁଇଟର, ହ୍ବାଟସଆପ୍‌ଠାରୁ ତଥ୍ୟ ଲୋଡ଼ିଲା ଏନ୍‌ସିପିସିଆର

Advertisment
କଠୋର ହେଲେ ଏନ୍‌ସିପିସିଆର୍‌, ୩ ଦିନରେ ରିପୋର୍ଟ ଦେବାକୁ କଳାହାଣ୍ଡି ଏସ୍‌ପିଙ୍କୁ ନିର୍ଦ୍ଦେଶ

opindia.com

ନୂଆଦିଲ୍ଲୀ : ଭାରତରେ ଲକ୍‌ଡାଉନ୍‌ ସମୟରେ ଅଧିକ ଲୋକ ଇଣ୍ଟରନେଟ୍‌ରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ସର୍ଚ୍ଚ କରିଥିବା ନେଇ ଭାରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ୍‌)ରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହି ରିପୋର୍ଟକୁ ଭିତ୍ତିକରି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର) ଗୁଗ୍‌ଲ, ଟୁଇଟର, ହ୍ବାଟ୍‌ସଅପ୍‌ଠାରୁ ଆବଶ୍ୟକୀୟ ତଥ୍ୟ ଲୋଡ଼ିଛି। ଏ ନେଇ ଏନ୍‌ସିପିସିଆର୍‌ ତିନିଟି ସୂଚନା ପ୍ରଯୁକ୍ତି ସଂସ୍ଥାକୁ ପତ୍ର ଲେଖିଛି।

ଆଇସିପିଏଫ୍‌ଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟକୁ ଆଧାର କରି ଏନ୍‌ସିପିସିଆର ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଅନେକ ସାମଗ୍ରୀ ଗୁଗଲ୍‌ ପ୍ଲେ‌ ଷ୍ଟୋର ଜରିଆରେ ଡାଉନ୍‌ଲୋଡ଼ କରାଯାଇ 'ଆପ୍‌' ଦ୍ବାରା ଲୋକଙ୍କୁ ଉପଲବ୍ଧ କରାଯାଉଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ ଅଶ୍ଳୀଳ ସାମଗ୍ରୀକୁ ନେଇ କିଛି ୱାଟ୍‌ସଅପ୍‌ ଗ୍ରୁପ୍‌ ଓ ଟୁଇଟର ଲିଙ୍କ ଦ୍ବାରା ପ୍ରଚାର ହେଉଛି। ଆଗକୁ ତଦନ୍ତ ବ୍ୟାପକ କରିବା ପାଇଁ ତିନି ସୂଚନା ପ୍ରଯୁକ୍ତି ସଂସ୍ଥାମାନଙ୍କୁ ଆବଶ୍ୟକୀୟ ଦସ୍ତାବିଜ୍‌ ପ୍ରଦାନ କରିବା ପାଇଁ ଏନ୍‌ସିପିସିଆର ପକ୍ଷରୁ ପତ୍ର ଲେଖାଯାଇଛି।

ଉଲ୍ଲେଖଯୋଗ୍ୟ, ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ଶିଶୁ ସୁରକ୍ଷା ପାଣ୍ଠି ଦ୍ବାରା ଲକ୍‌ଡାଉନ୍‌ ସମୟରେ ଇଣ୍ଟରନେଟ୍‌ ବ୍ୟବହାରକୁ ନେଇ ସର୍ଭେ କରାଯାଇଥିଲା। ସର୍ଭେରେ ଭୁବନେଶ୍ବର ଓ ଚେନ୍ନାଇର ଲୋକମାନେ ଲଗାତର ଲକ୍‌ଡାଉନ୍‌ ସମୟରେ ଶିଶୁଙ୍କ ବିଭିନ୍ନ ଅଶ୍ଳୀଳ ଭିଡିଓ ସାମଗ୍ରୀ ସବୁଠାରୁ ଅଧିକ ଖୋଜିଥିବାର ସର୍ଭେରେ ଦାବି କରାଯାଇଥିଲା। ସର୍ଭେରେ ଭୁବନେଶ୍ବର, ଚେନ୍ନାଇ ସମେତ ଚଣ୍ଡିଗଡ଼, ଗୌହାଟି, ଇନ୍ଦୋର, ହାୱଡା, କୋଲକାତା ଓ ସିଲିଗୁଡ଼ିର ଲୋକମାନେ ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ଆଧାରିତ ସାଇଟ୍‌ଗୁଡ଼ିକ ଅଧିକ ସର୍ଚ୍ଚକରି ଥିବାର ସର୍ଭେରେ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe