ଦାୟିତ୍ବହୀନ ମନ୍ତବ୍ୟ ପାଇଁ ସମାଲୋଚିତ ହେଲେ ମମତା ଦିଦି: ରାତି ୧୨ଟା ୩୦ ନୁହେଁ ୮ଟା ଭିତରେ ପୀଡ଼ିତା ବାହାରକୁ ଯାଇଥିଲେ…

Advertisment
New Project (3)

କୋଲକାତା: ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ଦାୟିତ୍ବହୀନ ମନ୍ତବ୍ୟ ଏବଂ ରାତିରେ କଣ ପାଇଁ ଝିଅ ବାହାରକୁ ବାହାରିବା ନେଇ ଅଜବ ଯୁକ୍ତିକୁ କଡା ସମାଲୋଚନା କରିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ଅର୍ଚ୍ଚନା ମଜୁମଦାର । ମମତା କହିଥିଲେ ପୀଡିତା ଜଣଙ୍କ ରାତି ୧୨ଟା ୩୦ ପରେ ବାହାରକୁ ଯାଇଥିଲେ ବୋଲି । ଏହାକୁ ମିଛ ବୋଲି କହିବା ସହ ଅର୍ଚ୍ଚା କହିଛନ୍ତି ରାତି ୧୨ଟା ୩୦ ନୁହେଁ ବରଂ ରାତି ୮ଟା ଭିତରେ ସେ ବାହାରକୁ ବାହାରିଥିଲେ । ମମତା ବାନାର୍ଜୀ ଜଣେ ମୁଖ୍ଯମନ୍ତ୍ରୀ ଭାବେ କୌଣସି ବି ବୟାନ ଦେବା ଆଗରୁ ଠିକ୍ ମନ୍ତବ୍ୟ ଦିଅନ୍ତୁ । ସମୟ ଠିକ୍ କୁହନ୍ତୁ ବୋଲି କହି ସମାଲୋଚନା କରିଛନ୍ତି ଅର୍ଚ୍ଚନା ।

ତେବେ ସେ ଆହୁରି କହିଛନ୍ତି- ମୁଁ ଗତକାଲି ପୀଡିତାଙ୍କୁ ଭେଟିଥିଲି, ତାଙ୍କ ସହ କଥା ହୋଇଥିଲି। ସେ କମିଶନଙ୍କ ସମ୍ମୁଖରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ସନ୍ଧ୍ୟା ୭ଟା ୫୮ରୁ ୮ଟାରେ କଲେଜ ଛାଡ଼ି ତାଙ୍କ କଲେଜ କ୍ୟାମ୍ପସରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଥିବା ଦୋକାନକୁ ଖାଇବାକୁ ଯାଇଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଜଙ୍ଗଲ ଥିଲା । ସେଠାରେ କିଛି ବି ଆଲୁଅ ନଥିଲା କି କୌଣସି କ୍ୟାମେରା ନଥିଲା । 

ପୀଡିତା ଦେଖିଥିଲେ ଯେ ତିନି ଜଣ ଯୁବକ ସେମାନଙ୍କ ପିଛା କରୁଛନ୍ତି । ସେ ପୁରୁଷବନ୍ଧୁଙ୍କୁ କହିଥିଲେ ଯେ ସେମାନ ପଛରୁ ଆସୁଛନ୍ତି ବୋଲି । କିନ୍ତୁ ତାଙ୍କ ବନ୍ଧୁ ତାଙ୍କୁ ସେପଟେ ଧ୍ୟାନ ନଦେବାକୁ କହିଥିଲେ । କିନ୍ତୁ କିଛି ସମୟ ପରେ ସେମାନେ ଦୁହଁଙ୍କ ପଛରେ ଥିଲେ ଏବଂ ଦୁହେଁ ମୁଖ୍ୟ ରାସ୍ତାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଜଙ୍ଗଲ ଭିତରକୁ ଦୌଡ଼ିବାକୁ ଲାଗିଥିଲେ । ଉକ୍ତ ସ୍ଥାନରୁ ତାଙ୍କ ବନ୍ଧୁ ତାଙ୍କୁ ଛାଡ଼ି ହଠାତ୍ କୁଆଡେ ଚାଲିଗଲେ ଏବଂ ତାଙ୍କର କୌଣସି ପତ୍ତା ମିଳିଲା ନାହିଁ। ଏତିକି ବେଳେ ଯୁବକମାନେ ଜଙ୍ଗଲକୁ ଟାଣିନେଇ ସେହିଠାରେ ହିଁ ଦୁଷ୍କର୍ମ ପରେ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ବୟାନ ଅନୁସାରେ ସେଠାରେ ପାଞ୍ଚ ଯୁବକ ଥିଲେ । ସେମାନେ ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ । 

ତେବେ ଗଣଦୁଷ୍କର୍ମ ପରେ ଯୁବକମାନେ ପୀଡିତାଙ୍କ ବନ୍ଧୁଙ୍କୁ ପୀଡିତାଙ୍କ ଫୋନରୁ ଫୋନ୍ କଲେ ଏବଂ ସେ ଆସି ତାଙ୍କୁ ଉଦ୍ଧାର କଲେ। ଛାତ୍ରୀ ଜଣଙ୍କ ନିଜ ହଷ୍ଟେଲକୁ ଫେରି ଆସିଲେ । ପ୍ରବଳ ଯନ୍ତ୍ରଣା ସହିତ ରକ୍ତସ୍ରାବ ହେବାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଏମରଜେନ୍ସି ରୁମକୁ ନେଇଗଲେ, ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। 

ରାତି ୧୧ଟା ସୁଦ୍ଧା ପୀଡିତା ହସ୍ପିଟାଲରେ ଥିଲେ, ତେଣୁ ମୁଖ୍ଯମନ୍ତ୍ରୀ ୧୨.୩୦ ବୋଲି କହିପାରିବେ ନାହିଁ । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତବ୍ୟ ଦେବା ପୂର୍ବରୁ ତାଙ୍କୁ ସମୟ ଜାଣିବା ଉଚିତ । ସମୟ ପ୍ରାୟ ୮ଟା ଥିଲା । ଝିଅଟି ବାହାରକୁ ଗଲା ଏବଂ ୯ଟା ୩୦ ସୁଦ୍ଧା ତାଙ୍କ ସହ ଗଣଦୁଷ୍କର୍ମ ହୋଇସାରିଥିଲା ବୋଲି କହିଛନ୍ତି ଅର୍ଚ୍ଚନା ମଜୁମଦାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe