ମଣିପୁରରେ ଏନ୍‌ସିଡବ୍ଲ୍ୟୁ ଟିମ୍‌: ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ‌ଭେଟିଲେ ଡିସିଡବ୍ଲ୍ୟୁ ମୁଖ୍ୟ

Advertisment

ମଣିପୁର ପ୍ରସଙ୍ଗରେ ମିଜୋରାମରେ ଜୋରଦାର ଆନ୍ଦୋଳନ

ମଣିପୁର ପ୍ରସଙ୍ଗରେ ମିଜୋରାମରେ ଜୋରଦାର ଆନ୍ଦୋଳନ

ମଣିପୁରରେ ଏନ୍‌ସିଡବ୍ଲ୍ୟୁ ଟିମ୍‌: ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ‌ଭେଟିଲେ ଡିସିଡବ୍ଲ୍ୟୁ ମୁଖ୍ୟ

ନୂଆଦିଲ୍ଲୀ: ହିଂସାଗ୍ରସ୍ତ ମଣିପୁରରେ ଆଜି ଏନ୍‌ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ)ର ଏକ ଟିମ୍‌ ପହଞ୍ଚିଛନ୍ତି। ରାଜ୍ୟରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କୁ ଏହି ଟିମ୍‌ ଭେଟିବ। ଅନ୍ୟପକ୍ଷରେ ଦିଲ୍ଲୀ ମହିଳା କମିସନ୍‌ (ଡିସିଡବ୍ଲ୍ୟୁ) ମୁଖ୍ୟ ସ୍ବାତୀ ମଲିୱାଲ ମଧ୍ୟ ହିଂସାର ଶିକାର ହୋଇଥିବା ୨ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଆଜି ଭେଟିଛନ୍ତି। ଉକ୍ତ ପ୍ରସଙ୍ଗରେ ମଣିପୁର ସରକାରଙ୍କ ଆଭିମୁଖ୍ୟ ନେଇ ମଲିୱାଲ ଚିନ୍ତା ପ୍ରକଟ କରିଛନ୍ତି। ମଲିୱାଲ ଆଜି ଚୁରାଚାନ୍ଦପୁର, ମୋଇରାଙ୍ଗ ଏବଂ ଇମ୍ଫାଲ ଜିଲ୍ଲା ଗସ୍ତ କରିଛନ୍ତି ଏବଂ ହିଂସାର ଶିକାର ହୋଇଥିବା ମହିଳାମାନଙ୍କୁ ଭେଟିଛନ୍ତି।

ମଲିୱାଲ ବିଭିନ୍ନ ରିଲିଫ୍‌ ଶିବିର ମଧ୍ୟ ଯାଇ ପୀଡ଼ିତଙ୍କୁ ‌ଭେଟିଛନ୍ତି। ଆଜି ମଣିୁପର ହିଂସା ପ୍ରସଙ୍ଗରେ ମିଜୋରାମରେ ଜୋରଦାର ଆନ୍ଦୋଳନ ହୋଇଛି। ମଣିପୁରର କୁକି ଜୋ ଆଦିବାସୀଙ୍କୁ ସମର୍ଥନ କରି ମିଜୋରାମରେ ବିଭିନ୍ନ ନାଗରିକ ସମାଜ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ହୋଇଛି। ସେମାନେ ରାଜ୍ୟ ରାଜଧାନୀ ଅଇଜଲ ସମେତ ବିଭିନ୍ନ ଅଞ୍ଚଳରେ ରୢାଲି କରିଛନ୍ତି। ଅଇଜଲ୍‌ରେ ହୋଇଥିବା ବିଶାଳ ଆନ୍ଦୋଳନ ଶୋଭାଯାତ୍ରାରେ ଆଜି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଅନ୍ୟ ବିଧାୟକମାନେ ଯୋଗ ଦେଇଥିଲେ। ଶତାଧିକ ଲୋକ ପ୍ଲାକାର୍ଡ ଧରି ରାଜ୍ୟରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା‌‌ରେ ସାମିଲ ହୋଇଛନ୍ତି। ମହିଳା ଆନ୍ଦୋଳନକାରୀ ମଧ୍ୟ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଆପ୍ ମଧ୍ୟ ଆଜି ଦିଲ୍ଲୀର ଜନ୍ତର ମନ୍ତରଠାରେ ମଣିପୁର ହିଂସା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଆନ୍ଦୋଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe