NDA again in Bihar: ବିହାରରେ ପୁଣି ଏନ୍‌ଡିଏ: ୧୩୦ରୁ ୧୬୭ ଆସନ ଜିତିପାରେ, ରେକର୍ଡ ୬୮.୮୮% ମତଦାନ

ବିହାରରେ ଶାସକ ଏନ୍‌ଡିଏ ମେଣ୍ଟ ପୁଣିଥରେ ବଡ଼ ବିଜୟ ହାସଲ କରିବ।   ୯ଟି ସଂସ୍ଥାର ‘ବୁଥ୍‌ ବାହୁଡ଼ା ମତ’ ଅନୁଯାୟୀ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବ।

dagdagda

ନୂଆଦିଲ୍ଲୀ: ବିହାରରେ ଶାସକ ଏନ୍‌ଡିଏ ମେଣ୍ଟ ପୁଣିଥରେ ବଡ଼ ବିଜୟ ହାସଲ କରିବ।   ୯ଟି ସଂସ୍ଥାର ‘ବୁଥ୍‌ ବାହୁଡ଼ା ମତ’ ଅନୁଯାୟୀ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବ। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ନିର୍ବାଚନ ହୋଇଥିବା ୨୪୩ ଆସନରୁ ଏନ୍‌ଡିଏ ମେଣ୍ଟ ୧୩୦ରୁ ୧୬୭ ଆସନରେ ଜିତିବ।  ଏହାର ଫଳସ୍ବରୂପ ଆର୍‌ଜେଡି-କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ମହାମେଣ୍ଟର  ବିହାରରେ କ୍ଷମତାକୁ ଫେରିବା ସ୍ବପ୍ନ ସାକାର ହେବନାହିଁ। ‌ମହାମେଣ୍ଟକୁ ୭୦ରୁ ୧୦୮ ଆ‌ସନ ମିଳିବ ବୋଲି  ଏକ୍‌ଜିଟ୍‌ ପୋଲ୍‌ରେ ଆକଳନ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସ୍‌ପି) ବିହାର ନିର୍ବାଚନରେ  କୌଣସି ପ୍ରଭାବ ପକାଇ ପାରିନାହିଁ।  ଜନ ସୁରାଜ ପାର୍ଟି କିଙ୍ଗ୍‌ମେକର ହେବ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ବିହାର ନିର୍ବାଚନରେ କିଶୋରଙ୍କ ଦଳ କୌଣସି ବିଶେଷ ସଫଳତା ହାସଲ କରିବ ନାହିଁ ‌ବୋଲି ପ୍ରାୟ ସମସ୍ତ ଏକ୍‌ଜିଟ୍‌ ପୋଲ କହୁଛି। ଅଧିକାଂଶ ସଂସ୍ଥା ଜନ ସୁରାଜ ପାର୍ଟିକୁ ୦-୫ ଆସନ ଦେଇଛନ୍ତି। 

ଦୈନିକ ଭାସ୍କର ବୁଥ୍‌ ବାହୁଡ଼ା ମତ ଅନୁଯାୟୀ ଏନ୍‌ଡିଏ ୧୪୫ରୁ ୧୬୦ ଆସନରେ ବିଜୟୀ ହେବ ଏବଂ ମହାମେଣ୍ଟ ୭୩ରୁ ୯୧ ଆସନ  ଜିତିବ।  ମାଟ୍ରିଜ୍‌ ଆକଳନ ଅନୁଯା‌ୟୀ ଏନ୍‌ଡିଏକୁ ୧୪୭ରୁ ୧୬୭ ଆସନ ଏବଂ ମହାମେଣ୍ଟକୁ ୭୦ରୁ୯୦ ଆସନ ମିଳିବ।   ପିପୁଲ୍ସ ଇନ୍‌ସାଇଟ୍‌ ଏବଂ ପିପୁଲ୍ସ ପଲ୍ସ ବୁଥ୍‌ ବାହୁଡ଼ା ମତ ମଧ୍ୟ ବିଜେପି ଏବଂ ଜେଡିୟୁ ପୁଣିଥରେ କ୍ଷମତାକୁ ଫେରିବ ବୋଲି କହିଛି।  ପିପୁଲ୍ସ ଇନସାଇଟ୍‌ ଏନ୍‌ଡିଏ ମେଣ୍ଟକୁ ୧୩୩ରୁ ୧୪୮ ଆସନ ଏବଂ ମହାମେଣ୍ଟକୁ ୮୭-୧୦୨ ଆସନରେ ବିଜୟ ମିଳିବ ବୋଲି ଆକଳନ କରିଛି।   ପିପୁଲ୍ସ ପଲ୍ସ ପୋଲ୍‌ କହିଛି ଯେ ଏନ୍‌ଡିଏ ମେଣ୍ଟ ୧୩୩ରୁ ୧୫୯ ଆସନ  ଏବଂ ମହାମେଣ୍ଟ ୭୫-୧୦୧ ଆସନରେ ଜିତିବ ।  ଜେଭିସି ଅନୁଯାୟୀ ଏନ୍‌ଡିଏ ୧୩୫ରୁ ୧୫୦ ଆସନରେ ଜିତିବ ଏବଂ ମହାମେଣ୍ଟ ୮୮ରୁ ୧୦୩ ଆସନରେ ଜିତିବ। ପି-ମାର୍କ ଏନ୍‌ଡିଏ ମେଣ୍ଟ ୧୪୨-୧୬୨, ମହାମେଣ୍ଟ ୮୦-୯୮, ଜନ ସୁରାଜ ପାର୍ଟି ୧-୪ ଏବଂ ଅନ୍ୟାନ୍ୟ ୧୦ ଆସନରେ ଜିତିବ ବୋଲି ଆକଳନ କରିଛି। ପୋଲଷ୍ଟ୍ରାଟ୍‌  ବୁଥ୍‌ ବାହୁଡ଼ା ମତ ଅନୁଯାୟୀ ଏନଡିଏ ମେଣ୍ଟ ୧୩୩ରୁ ୧୪୮ ଆସନ , ମହାମେଣ୍ଟ ୮୭ରୁ ୧୦୨ ଏବଂ ଅନ୍ୟାନ୍ୟ ୩ରୁ ୫ ଆସନରେ ଜିତିବେ।  ଡିବି ରିସର୍ଚ୍ଚ ବୁଥ୍‌ ବାହୁଡ଼ା ମତ ଏନଡିଏକୁ ୧୩୭ରୁ ୧୫୨ ଏବଂ ମହାମେଣ୍ଟକୁ ୮୩-୯୮ ଆସନ ଦେଇଛି।  ଚାଣକ୍ୟ ଷ୍ଟ୍ରାଟେଜିସ୍‌ ଏନ୍‌ଡିଏ ମେଣ୍ଟକୁ ୧୩୦ରୁ ୧୩୮ ଏବଂ ମହାମେଣ୍ଟ ୧୦୦ରୁ ୧୦୮ ଆସନରେ ଜିତିବ ବୋଲି ଆକଳନ କରିଛି।  

ଏକ୍‌ଜିଟ୍‌ ପୋଲ ଆକଳନରୁ ଜଣାପଡ଼ିଛି ଯେ ବିହାରରେ ବିଜେପି ଏକକ ବୃହତ୍ତମ ଦଳ ହେବ। ଦୈନିକ ଭାସ୍କର  ଏକଜିଟ୍‌ ପୋଲ୍‌ ଅନୁଯାୟୀ ପ୍ରଶାନ୍ତ କିଶୋରଙ୍କୁ ବିହାରରେ ଶୂନ ଆସନ ମିଳିବ।  ମାଟ୍ରିଜ୍‌ ଏବଂ ପିପୁଲ୍ସ ଇନସାଇଟ୍‌ କିଶୋରଙ୍କ ପାଇଁ ସର୍ବାଧିକ ୨ଟି ଆସନ ଆକଳନ କରିଛନ୍ତି।  ତେବେ ପିପୁଲ୍ସ ପଲ୍ସ ପ୍ରଶାନ୍ତ କିଶୋରଙ୍କୁ ୫ଟି ଆସନ ଦେଇଛି।   ଜେଭିସି ଜନ ସୁରାଜ  ମାତ୍ର ଗୋଟିଏ ଆସନରେ ଜିତିବ ବୋଲି ଆକଳନ କରିଛି।  ଉଲ୍ଲେଖଯୋଗ୍ୟ,  ବିହାରରେ ୨୪୩ ଆସନରେ ଭୋଟ୍‌ ଗ୍ରହଣ ହୋଇଛି।  ପ୍ରଥମ ପର୍ଯ୍ୟାୟରେ ୧୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ୍‌ ଗ୍ରହଣ ହୋଇଛି।  ନଭେମ୍ବର ୧୪ରେ ଫଳାଫଳ ଆସିବ।  

ରେକର୍ଡ ୬୮.୮୮% ମତଦାନ

ପାଟନା:  ବିହାରରେ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଆଜି ସନ୍ଧ୍ୟା ୬ଟାରେ ଶେଷ ହୋଇଛି।  ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ପ୍ରତିଶତ ୬୮.୮୮  ରହିଛି।  ଏହା ହେଉଛି ବିହାରରେ ରେକର୍ଡ ମତଦାନ।   କିଶନଗଞ୍ଜରେ ସର୍ବାଧିକ ମତଦାନ ପ୍ରତିଶତ ୭୬.୨୬  ଥିବାବେଳେ କଟିହାରରେ ୭୫.୨୩ ପ୍ରତିଶତ, ପୁର୍ନିଆରେ ୭୩.୭୯ ପ୍ରତିଶତ ରହିଛି।  ଦିଲ୍ଲୀ ବିସ୍ଫୋରଣକୁ ଦୃଷ୍ଟିରେ ରଖି ଆଜି ବିହାରରେ ନେପାଳ ସହ ସୀମା ବନ୍ଦ କରାଯାଇଥିଲା। ବିହାର ପୁଲିସ ଡିଜି ବିନୟ କୁମାର କହିଛନ୍ତି, ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବାପାଇଁ ଏହି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା।  ଶେଷ ପର୍ଯ୍ୟାୟରେ ଆଜି ୧୨୨ ଆସନରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ୧୩୦୨ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି।  ଏଥି ମଧ୍ୟରୁ ୧୩୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।  ୪୫,୩୯୯  ବୁଥ୍‌ରେ ଆଜି ଭୋଟ୍‌ ଗ୍ରହଣ ହୋଇଛି।  ଏହି ପର୍ଯ୍ୟାୟରେ ଯୋଗ୍ୟ ଭୋଟର ସଂଖ୍ୟା ୩.୭୦ କୋଟି ଏବଂ ଏଥି ମଧ୍ୟରୁ ୧.୯୫ କୋଟି ହେଉଛନ୍ତି ପୁରୁଷ ଏବଂ ୧.୭୪ କୋଟି ହେଉଛନ୍ତି ମହିଳା।  ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟର ୧୨ ଜଣ ମନ୍ତ୍ରୀ ଶେଷ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିଲେ। ଆଜି ମୋତିହାରୀ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ ୨ ଜଣ ଲୋକ ବିଜେପି ଚିହ୍ନ ଦେଖାଇବା ଘଟଣାରେ ଗିରଫ ହୋଇଛନ୍ତି।  ଇତିମଧ୍ୟରେ ବିଜେପି ଆର୍‌ଜେଡି ବିରୋଧରେ ଅଭିଯୋଗ କରିଛି।  ଆରଜେଡି ବିଭ୍ରାନ୍ତିକର ସୋସିଆଲ ମିଡିଆ ପୋଷ୍ଟ୍‌ କରି  ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe