ମନ୍ତ୍ରୀ ପଦକୁ ନେଇ ଏନଡିଏର ସହଯୋଗୀ ଦଳମାନେ ନରମ !

ମନ୍ତ୍ରୀ ପଦକୁ ନେଇ ଏନଡିଏର ସହଯୋଗୀ ଦଳମାନେ ନରମ !

photo-news nation

ନୂଆଦିଲ୍ଲୀ:ଏନ୍‌ଡିଏ ର ବିପୁଳ ବିଜୟ ପରେ ଏବେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସ୍ୱରୂପକୁ ନେଇ ଚର୍ଚ୍ଚା ଜାରି ରହିଛି। କିନ୍ତୁ ବିଜେପିର ୩୦୩ ଜଣ ସାଂସଦ ବିଜୟୀ ହୋଇଥିବା ହେତୁ ଏନଡିଏ ର ସମସ୍ତ ସହଯୋଗୀ ଦଳ ମନ୍ତ୍ରୀ ପଦକୁ ନେଇ ନରମିଥିବା କୁହାଯାଉଛି। କୌଣସ ସହଯୋଗୀ ଦଳ ବିଜେପି ବା ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଉନଥିବା ଚର୍ଚ୍ଚା ହେଉଛି।

ତେବେ ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଶିବସେନା ଏଥର ଦୁଇଟି କ୍ୟାବିନେଟ୍‌ ପାହ୍ୟା ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମନ୍ତ୍ରୀ ପଦ ମିଳିବ ବୋଲି ଆଶା ରଖିଛି। ଠିକ୍‌ ସେହିପରି ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗୀ କହିଛନ୍ତି ଯେ ବିହାରରେ ମେଣ୍ଟ ଧର୍ମ ପାଳନ କରିଛି ଜେଡିୟୁ। ଏଣୁ ବିଜେପି ବି କେନ୍ଦ୍ରରେ ଜେଡିୟୁକୁ ମନ୍ତ୍ରୀମଣ୍ଡଳରେ ଉପଯୁକ୍ତ ପ୍ରତିନିଧିତ୍ୱ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଲୋକ ଜନଶକ୍ତି ପାର୍ଟିର ନେତା ଚିରାଗ ପାସଓ୍ୱାନ୍ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲିି କୁହାଯାଉଛି। ତେବେ ଏନଡିଏର ଅନ୍ୟ ସହଯୋଗୀ ଦଳମାନେ ସଂପୂର୍ଣ୍ଣ ନୀରବ ଅଛନ୍ତି, କାରଣ ସେମାନେ ଗୋଟିଏ,ଦୁଇଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ତେବେ ଏଆଇଡିଏମ୍‌କେକୁ ଭଲ ପ୍ରତିନିଧିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe