NDA alliance will break as elections approach: Pashupati's comments add to political heat
ପାଟନା: ବିହାରରେ ବିଧାନସଭା ନିର୍ବାଚନ ଲଢ଼େଇର ଆନୁଷ୍ଠାନିକ ଘୋଷଣା ପୂର୍ବରୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ମନ୍ତବ୍ୟ ପରିବେଶକୁ ଉଷ୍ମ କରିଦେଇଛି। ଏବେ ଚିରାଗ ପାସୱାନଙ୍କ ଚାଚା ପଶୁପତି ପାରସ ଦାବି କରିଛନ୍ତି ଯେ,ବିହାର ନିର୍ବାଚନ ଆସିବା ବେଳକୁ ଏନଡିଏ ଭାଙ୍ଗି ଯାଇଥିବ। ତାଙ୍କର ଏଭଳି ମନ୍ତବ୍ୟ ଏନଡିଏ ସମର୍ଥକଙ୍କ ନିଦ ହଜାଇ ଦେଇଛି।
ଚିରାଗ ପାସୱାନଙ୍କ କାକା ଏବଂ ରାଷ୍ଟ୍ରୀୟ ଲୋକ ଜନ ଶକ୍ତି ପାର୍ଟିର ମୁଖ୍ୟ ପଶୁପତି ପାରସଙ୍କୁ ପଚରା ଯାଇଥିଲା ଯେ, ସିଟ୍ ବଣ୍ଟନକୁ ନେଇ ଏନଡିଏରେ ଚିରାଗ ପାସୱାନ ଏବଂ ଜିତନ ରାମ ମାଞ୍ଝିଙ୍କ ମଧ୍ୟରେ ଫାଟ ରହିଥିବା କଥା କୁହାଯାଉଛି, ଏହି ପ୍ରଶ୍ନର ଉତ୍ତରରେ, ସେ କହିଥିଲେ ଏନଡିଏ ମେଣ୍ଟ ଭାଙ୍ଗିବାର ଆଶଙ୍କା ରହିଛି।
ଆସନ ବଣ୍ଟନ ପ୍ରଶ୍ନରେ ପଶୁପତି ପାରସ କହିଛନ୍ତି ଯେ, ଦେଶରେ କେବଳ ଦୁଇଟି ମେଣ୍ଟ ଅଛି। ଗୋଟିଏ ହେଉଛି ଏନଡିଏ, ଅନ୍ୟଟି ହେଉଛି ଇଣ୍ଡିଆ ଗଠବନ୍ଧନ। ଏପର୍ଯ୍ୟନ୍ତ କୌଣସି ମେଣ୍ଟ ଆସନ ବଣ୍ଟନ ଘୋଷଣା କରିନାହାନ୍ତି। ଯାହାହେଉ, ଯେତେବେଳେ ନିର୍ବାଚନ ବିଜ୍ଞପ୍ତି ଜାରି ହେବ, ତା'ର କିଛି ଦିନ ପୂର୍ବରୁ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇଯାଇଥାଏ। କିନ୍ତୁ ମୁଁ ଭାବୁଛି ମହାଗଠବନ୍ଧନରେ ଆସନ ବଣ୍ଟନ ୧୫ ରୁ ୨୦ ସେପ୍ଟେମ୍ବର ମଧ୍ୟରେ କରାଯିବ।
ଶନିବାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ବାସଭବନରେ ଅନୁଷ୍ଠିତ ମହାଗଠବନ୍ଧନର ବୈଠକରେ ପଶୁପତି ପାରସଙ୍କ ଆରଏଲଏସପି ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)କୁ ସାମିଲ କରିବା ଉପରେ ସହମତି ପ୍ରକାଶ ପାଇଛି। ଏବେ ଆରଏଲଏସପି ଏବଂ ଜେଏମଏମ ମହାଗଠବନ୍ଧନ ସହିତ ମିଶି ବିହାର ନିର୍ବାଚନ ଲଢ଼ିବେ। ଏହି ବୈଠକରେ ବିହାରର ସମସ୍ତ ୨୪୩ ଆସନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
Bihar
Follow Us