ମହାରାଷ୍ଟ୍ର-ଝାଡଖଣ୍ଡରେ ଏନଡିଏ-ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର

ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଏବଂ ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି...

ଅଦ୍ୟତନ ହୋଇଛି
WhatsApp Image 2024-11-23 at 9.30.26 AM

ମୁମ୍ବାଇ/ରାଞ୍ଚି: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଏବଂ ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ପ୍ରାରମ୍ଭିକ ଧାରା ଅନୁଯାୟୀ, ରାଜ୍ୟରେ ୧୧୦ ଆସନରେ ଏନଡିଏ ଆଗରେ ରହିଛି। ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୮୫ଟି ଆସନରେ ଆଗୁଆ ରହିଛି। 

ଅଧିକ ପଢ଼ନ୍ତୁ: ରାଣେଙ୍କ ଦାବି ପରେ କଂଗ୍ରେସ ଓ ଉଦ୍ଧବଙ୍କର ବଢ଼ିଲା ଟେନସନ

ସେହିପରି ଝାଡଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତିର ପ୍ରାରମ୍ଭିକ ଧାରା ଅନୁସାରେ ରାଜ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳୁଛି। ରାଜ୍ୟରେ ୩୫ ଆସନରେ ବିଜେପି ମିଳିତ ମଞ୍ଚ ଆଗରେ ରହିଛି। ଜେଏମ୍ଏମ୍ ମିଳିତ ମଞ୍ଚ ୨୯ ଆସନରେ ଏବଂ ଅନ୍ୟମାନେ ୭ଟି ଆସନରେ ଆଗୁଆ ରହିଛନ୍ତି।

ଅପରପକ୍ଷରେ ୧୫ ରାଜ୍ୟରେ ୪୮ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଉତ୍ତରପ୍ରଦେଶ ୯ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୬ ଆସନରେ ଆଗୁଆ ରହିଛି। ଏସପି ୩ଟି ଆସନରେ ଆଗୁଆ ରହିଛି।

ଅଧିକ ପଢ଼ନ୍ତୁ: ମଣିପୁର ସ୍ଥିତି ଗମ୍ଭୀର, ସରକାର ପଠାଇଲେ ଆଉ ୯୦ କମ୍ପାନି ସିଆରପିଏଫ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe