ମୁମ୍ବାଇ/ରାଞ୍ଚି: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଏବଂ ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି।
ଅପରପକ୍ଷରେ ୧୫ ରାଜ୍ୟରେ ୪୮ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଉତ୍ତରପ୍ରଦେଶ ୯ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୬ ଆସନରେ ଆଗୁଆ ରହିଛି। ଏସପି ୩ଟି ଆସନରେ ଆଗୁଆ ରହିଛି।
ଅଧିକ ପଢ଼ନ୍ତୁ: ମଣିପୁର ସ୍ଥିତି ଗମ୍ଭୀର, ସରକାର ପଠାଇଲେ ଆଉ ୯୦ କମ୍ପାନି ସିଆରପିଏଫ୍
Follow Us