ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ବିଜେପି ୬୮ ଆସନରେ ଲଢିବ ।ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ପ୍ରାର୍ଥୀ ତାଲିକା ଜାରି ହେବ ।

 Aaj Tak News

ଝାରଖଣ୍ଡ: ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ବିଜେପି ୬୮ ଆସନରେ ଲଢିବ ।

ଅଲ୍‌ ଝାରଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌ ଏଜେଏସ୍‌ୟୁ ୧୦, ଜେଡିୟୁ ୨, ଏଲ୍‌ଜେପି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବେ । ହିମନ୍ତ ବିଶ୍ବଶର୍ମା ଏବଂ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ନେତାମାନେ ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିଛନ୍ତି  ।

ଝାରଖଣ୍ଡରେ ବିଜେପିର ସହ ପ୍ରଭାରୀ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ପ୍ରାର୍ଥୀ ତାଲିକା ଜାରି ହେବ ।

ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହିମନ୍ତ ବିଶ୍ବ ଶର୍ମା ଏଜେଏସ୍‌ୟୁ ପାର୍ଟି ସଭାପତି ସୁଦେଶ ମାହତୋ ଏବଂ ବିଜେପି ରାଜ୍ୟ ସଭାପତି ବାବୁଲାଲ୍‌ ମାରାଣ୍ଡି ଉପସ୍ଥିତ ଥିଲେ  ।  ୨୦୧୯ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ୭୯ ଆସନରେ ନିର୍ବାଚନ ଲଢ଼ି ୨୫ଟି ଆସନରେ ଜିତିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe