ବିହାର ନିର୍ବାଚନ ଫଳାଫଳ: ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

ବିହାର ନିର୍ବାଚନ ଫଳାଫଳ: ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

India Today

ନୂଆଦିଲ୍ଲୀ/ପାଟନା: କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ଜନମତ ସର୍ଭେରେ ଯେଉଁ ଫଳାଫଳ ଆସିଥିଲା ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍‌ଡିଏକୁ ମିଳିଲା ବିଜୟ ମୁକୁଟ। ୨୪୩ ଆସନରୁ ୧୨୫ଟି ଆସନରେ ଏନଡିଏ ବିଜୟୀ ହୋଇ ଏବେ ପୁଣି ବିହାରରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୧୨୫ଟି ଆସନରୁ ବିଜେପି ୭୪ଟି ଏବଂ ଜେଡିୟୁ ୪୩ଟି ଆସନରେ ବିଜୟ ହାସଲ କରିଥିଲେ ମଧ୍ୟ ବିହାରରେ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିବେ ନୀତୀଶ କୁମାର। ‌ଏ ନେଇ ବିଜେପି ପୂର୍ବରୁ ସ୍ପଷ୍ଟ କରି ସାରିଛି। ଏହି ବିଜୟ ସହ ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ବନିବେ।

publive-image indiatoday

ତେବେ ଏନଡିଏ ୧୨୫ଟି ଆସନରେ ଜିତିଥିବା ବେଳେ ଆରଜେଡିର ମହାମେଣ୍ଟ ୧୧୦ଟି ଆସନରେ ଜିତିଛି। ସବୁଠାରୁ ଉଲ୍ଳେଖନୀୟ କଥା ହେଉଛି ଯେ ଏଥର ନୀତୀଶଙ୍କ ଜେଡିୟୁ ଆସନ ସଂଖ୍ୟା କମିଥିବା ବେଳେ ‌ବିଜେପି ଆସନ ସଂଖ୍ୟା ବଢ଼ିଛି। ୭୬ଟି ଆସନ ସହିତ ଆରଜେଡି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ଏହା ପଛକୁ ରହିଛି ବିଜେପି (୭୩), ଜେଡିୟୁ (୪୩) ଏବଂ କଂଗ୍ରେସ(୧୯)। ଅନ୍ୟପକ୍ଷରେ ବିଜେପି- ଜେଡିୟୁ ମେଣ୍ଟକୁ ୧୨୫ଟି ଆସନ ମିଳିଥିବାରୁ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି ମେଣ୍ଟ। ଏହାର ନେତା ନୀତୀଶ କୁମାର ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଉଭୟ ବିଜେପି ଏବଂ ଜେଡିୟୁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe