ଝାଡ଼ଖଣ୍ଡରେ ଏନ୍‌ଡିଏର ଆସନ ବୁଝାମଣା ଚୂଡ଼ାନ୍ତ: ବିଜେପି ୬୮ ଆସନରେ ଲଢ଼ିବ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌‌ଡିଏ ଆସନ ବୁଝାମଣା ଚୂଡ଼ାନ୍ତ କରିଛି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ  ବିଜେପି ୬୮ ଆସନ, ଏଜେଏସ୍‌ୟୁ (ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌) ୧୦, ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌) ୨, ଏଲ୍‌ଜେପି  (ଲୋକ ଜନଶକ୍ତି ପାର୍ଟି)  ରାମ ବିଳାସ ଗୋଟିଏ...

dgjdgjdjg

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌‌ଡିଏ ଆସନ ବୁଝାମଣା ଚୂଡ଼ାନ୍ତ କରିଛି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ  ବିଜେପି ୬୮ ଆସନ, ଏଜେଏସ୍‌ୟୁ (ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌) ୧୦, ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌) ୨, ଏଲ୍‌ଜେପି  (ଲୋକ ଜନଶକ୍ତି ପାର୍ଟି)  ରାମ ବିଳାସ ଗୋଟିଏ ଆସନବାଚନ ଲଢ଼ିବେ।  ହିମନ୍ତ ବିଶ୍ବ ଶର୍ମା ଏବଂ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ନେତାମାନେ ଆଜି ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବୁଝାମଣା ସଂକ୍ରାନ୍ତ  ଘୋଷଣା କରିଛନ୍ତି।

ଝାଡ଼ଖଣ୍ଡରେ ବିଜେପିର ସହ ପ୍ରଭାରୀ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ପ୍ରାର୍ଥୀ ତାଲିକା ଜାରି ହେବ। ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହିମନ୍ତ ବିଶ୍ବ ଶର୍ମା ଏଜେଏସ୍‌ୟୁ ପାର୍ଟି ସଭାପତି ସୁଦେଶ ମାହତୋ ଏବଂ ବିଜେପି ରାଜ୍ୟ ସଭାପତି ବାବୁଲାଲ୍‌ ମାରାଣ୍ଡି ଉପସ୍ଥିତ ଥିଲେ।  ଉଲ୍ଲେଖଯାଗ୍ୟ, ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ୭୯ ଆସନରେ ନିର୍ବାଚନ ଲଢ଼ି ୨୫ଟି ଆସନରେ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe