ପ୍ରାର୍ଥିପତ୍ର ଦାଖଲ କଲେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ

ଉପରାଷ୍ଟ୍ରପତି ପଦ ପାଇଁ ଆଜି ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଏହା ପୂର୍ବରୁ...

Untitled-8

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦ ପାଇଁ ଆଜି ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଏକ ଶକ୍ତି ପ୍ରଦର୍ଶନ କରି ଆଜି ରାଧାକ୍ରିଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  

ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ  ରାଧାକ୍ରିଷ୍ଣନଙ୍କ ସହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାନୁଯାୟୀ ପ୍ରାର୍ଥିପତ୍ର ପ୍ରକ୍ରିୟାର ଏକ ଅଂଶ ଭାବେ ୪ ସେଟ୍‌ ପେପର୍‌ ଦାଖଲ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ସେଟ୍‌ ଦସ୍ତାବିଜର ଜଣେ ମୁଖ୍ୟ ପ୍ରସ୍ତାବକ ଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ପୁର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ପ୍ରଥମେ ପ୍ରେରଣା ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥି‌ଲେ ଯେଉଁଠାରେ ସଂସଦର ପ୍ରମୁଖ ବ୍ୟକ୍ତିତ୍ବମାନଙ୍କ ପ୍ରତିମୂର୍ତ୍ତି ରହିଛି।   ଉଲ୍ଲେଖଯୋଗ୍ୟ, ଗତ ରବିବାର ନ ରାଧାକ୍ରିଷ୍ଣନଙ୍କୁ ଏନ୍‌ଡିଏର ପ୍ରାର୍ଥୀ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe