ବଢ଼ିଲା ଭାରତର ସାମରିକ ଶକ୍ତି, ଏବେ ଡ୍ରୋନରୁ ମାଡ଼ କରାଯାଇପାରିବ ମିସାଇଲ୍

New Project (24)

ନୂଆଦିଲ୍ଲୀ: ଆହୁରି ମଜବୁତ ହେଲା ଭାରତର ସାମରିକ ଶକ୍ତି। ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଶକ୍ତ ହେଲା ଭାରତ। ପୂର୍ବରୁ ଶତ୍ରୁକୁ ଜବାବ ଦେବା ପାଇଁ ଲଢ଼ୁଆ ବିମାନ ପଠାଯାଉଥିବା ବେଳେ ଏବେ କାମ ସହଜ କରିବ ଡ୍ରୋନ। ଏବେ ଡ୍ରୋନରୁ ସଠିକ୍ ଲକ୍ଷ୍ୟଭେଦ କରି କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ ଭାରତ। 

ଆନ୍ଧ୍ରପ୍ରଦେଶରେ ଆଜି ଏଭଳି ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ଯାହାକୁ ଡ୍ରୋନରେ ଲଗାଇ ଶତ୍ରୁକୁ ଟାର୍ଗେଟ କରି ନିକ୍ଷେପ କରାଯାଇପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ ମିଡିଆରେ ପୋଷ୍ଟ କରି ଏବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ଏହା ଭାରତ ପାଇଁ ଆଉ ଏକ ବଡ଼ ସଫଳତା।

ରାଜନାଥ ସିଂହ କରିଥିବା ପୋଷ୍ଟରେ ଲେଖାଯାଇଛି ‌ଯେ, 'ଭାରତର ପ୍ରତିରକ୍ଷା କ୍ଷମତାକୁ ଏକ ବଡ଼ ସଫଳତା ମିଳିଛି। ଡିଆରଡିଓ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଥିବା ନ୍ୟାସନାଲ ଓପନ୍ ଏରିଆ ରେଞ୍ଜ (ଏନଓଏଆର)ରେ ମାନବରହିତ ଯାନରୁ ନିକ୍ଷେପ କରାଯାଇପାରୁଥିବା ପ୍ରିସିସନ୍ ମିସାଇଲ୍ (ୟୁଏଲପିଜିଏମ)-ଭି୩ର ସଫଳତାପୂର୍ବକ ପରୀକ୍ଷଣ କରିଛି।' ଏଭଳି ଲେଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହି ପରୀକ୍ଷଣକୁ ଭାରତର କ୍ଷେପଣାସ୍ତ୍ର କ୍ଷମତା ପାଇଁ ଏକ ବଡ଼ ପ୍ରୋତ୍ସାହନ ଭାବେ ବର୍ଣ୍ଣନା କରିଛନ୍ତି।

ପୂର୍ବରୁ,(ୟୁଏଲପିଜିଏମ)-ଭି୨କୁ ଡିଆରଡିଓର ଟର୍ମିନାଲ ବାଲିଷ୍ଟିକ୍ ଗବେଷଣାଗାର ଦ୍ୱାରା ବିକଶିତ କରାଯାଇଥିଲା, ଯେଉଁଥିରେ ବହୁବିଧ ଯୁଦ୍ଧାସ୍ତ୍ର ବିନ୍ୟାସ ଥିଲା। ୟୁଏଲପିଜିଏମ ସିଷ୍ଟମଗୁଡ଼ିକୁ ହାଲୁକା, ସଠିକ୍ ଏବଂ ବିଭିନ୍ନ ଯାନରୁ ଆକାଶ ମାର୍ଗରେ ନିକ୍ଷେପ କରାଯିବା ପାଇଁ ଡିଜାଇନ୍ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe