Image Courtesy of Hindustan Times
ଗାଜିଆବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ବିଚାରଧାରାକୁ କାର୍ଯ୍ୟକାରୀ କରିବାକୁ ଗାଜିଆବାଦର ‘ଏନ୍ଡିଆର୍ଏଫ୍’ ଅଧିକାରୀମାନେ ବୁଲା କୁକୁରମାନଙ୍କୁ ‘ତଲାସ ଏବଂ ଉଦ୍ଧାର’ କାର୍ଯ୍ୟରେ ଲଗାଇବାକୁ ତାଲିମ ଦେଉଛନ୍ତି।
ଗାଜିଆବାଦ ଅନ୍ତର୍ଗତ ଗୋବିନ୍ଦପୁରମ୍ସ୍ଥିତ ‘ଅଷ୍ଟମ ଏନ୍ଡିଆର୍ଏଫ୍ ବାଟାଲିୟନ୍’ର କମାଣ୍ଡାଣ୍ଟ୍ ପିକେ ତିୱାରୀ କହନ୍ତି, ଆମେ ଏହି ନୂତନ ପରୀକ୍ଷା ଆରମ୍ଭ କରିଛୁ। ‘ଡଗ୍ ସ୍କ୍ବାର୍ଡ’ର ତଲାସ ଏବଂ ଉଦ୍ଧାର ଅଭିଯାନ ନିମନ୍ତେ ଏପର୍ଯ୍ୟନ୍ତ ଆମେ ‘ଜର୍ମାନ୍ ସେଫର୍ଡ’ ଏବଂ ‘ଲାବ୍ରାଡର୍’ମାନଙ୍କୁ ତାଲିମ ଦେଉଥିଲୁ। ବୁଲା କୁକୁରମାନଙ୍କୁ ତାଲିମ ଦେବା ଟିକେ କଷ୍ଟ। କିନ୍ତୁ, ସେମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି।
Image Courtesy of Dog Expressପ୍ରଥମ ଛେକର ବୁଲା କୁକୁରମାନଙ୍କ ତାଲିମ ବିଷୟ ବୁଝାଶୁଝା କରୁଥିବା ‘ଏନ୍ଡିଆର୍ଏଫ୍’ର ସନ୍ଦୀପ କୁମାର କହନ୍ତି, ସମ୍ପ୍ରତି ଆମ ବାଟାଲିୟାନ୍ରେ ୨୦ଟି ସୁପ୍ରଶିକ୍ଷିତ କୁକୁର ଅଛନ୍ତି। ନିକଟରେ ୪୦ ଦିନିଆ ତାଲିମ ଶେଷ କରିଥିବା ବୁଲା କୁକୁର ବ୍ଲେଜ୍ ଓ ଟାଇଗର୍ ‘ଡଗ୍ ସ୍କ୍ବାଡ୍’ରେ ଥିବା ‘ଜର୍ମାନ୍ ସେଫର୍ଡ’ ଏବଂ ‘ଲାବ୍ରାଡର୍’ମାନଙ୍କ ସହ ଯୋଗ ଦେବେ। ପ୍ରତି ସକାଳେ ବାଟାଲିୟାନ୍ରେ ଥିବା ସବୁ କୁକୁରଙ୍କୁ ତାଲିମ ଦିଆଯାଏ। ଆମ ପାଖର ଥିବା ଜାତିଆ କୁକୁରମାନଙ୍କ ସହ ଦେଶୀ ବୁଲା କୁକୁରମାନଙ୍କ ମଧ୍ୟରେ ଭଲ ପଡୁ ନ ଥିବାରୁ ସେମାନଙ୍କ ମଧ୍ୟରେ ସମନ୍ବୟ ଆଣିବା ଟିକେ କଷ୍ଟକର ହୋଇପାରେ। ବନ୍ଧୁତା ସ୍ଥାପନ ହେବା ପର୍ଯ୍ୟନ୍ତ ବ୍ଲେଜ୍ ଓ ଟାଇଗର୍ଙ୍କୁ ପୃଥକ୍ ରଖାଯିବ।
Follow Us