ଏଣିକି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ଏନଡିଆରଏଫ୍‌ର ମହିଳା ଟିମ୍

Advertisment
ଏଣିକି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ଏନଡିଆରଏଫ୍‌ର ମହିଳା ଟିମ୍

India Today

ନୂଆଦିଲ୍ଲୀ : ଏଣିକି ବାତ୍ୟା ବିପର୍ଯ୍ୟୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ଏନଡିଆରଏଫ୍ ର ମହିଳା ଟିମ। ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଆରଏଫ୍ର ଚିକିତ୍ସା ବିଭାଗରେ ମହିଳାମାନେ କାର୍ଯ୍ୟ କରୁଥିଲେ। ଭୂମିକମ୍ପ, ବାତ୍ୟା ଭଳି ବିପର୍ଯ୍ୟୟରେ ମହିଳାମାନଙ୍କୁ ରିଲିଫ୍ କାର୍ଯ୍ୟ ପାଇଁ ନିୟୋଜିତ କରାଯାଉନଥିଲା। ମହିଳା ଟିମ୍ ନଥିବା ଯୋଗୁଁ ବିଶେଷକରି ପ୍ରଭାବିତ ସ୍ଥାନମାନଙ୍କରେ ମହିଳାମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଯବାନମାନଙ୍କୁ ଅସୁବିଧା ହେବାକୁ ପଡୁଥିଲା। ସୂତ୍ର ଅନୁସାରେ ଏନଡିଆରଏଫ୍ ର ମହିଳା ଟିମ୍ ରେ ୩୧ ଜଣ ରହିବେ। ଆଇଟିବିପି ର ଅଲଗା ଅଲଗା ବାଟାଲିୟନରୁ ଏନଡିଆରଏଫ୍ ର ଅଷ୍ଟମ ମହିଳା ବାଟାଲିୟନ ପାଇଁ ଚୟନ କରାଯାଇଛି। ଏନଡିଆରଏଫର ଅଷ୍ଟମ ମହିଳା ବାଟାଲିୟନକୁ ଏନଡିଆରଏଫ୍ ପ୍ରଶିକ୍ଷଣ ଦେବ। ଚାରୋଟି ପର୍ଯ୍ୟାୟରେ ମହିଳା ଟିମକୁ ଉଦ୍ଧାର ଓ ରିଲିଫର ସମସ୍ତ ଟିକିନିଖି ପ୍ରଶିକ୍ଷଣ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe