ବେଶ ବଦଳାଇଥିଲା ଅମୃତପାଲ ସିଂହ, ଚିହ୍ନି ନପାରି ନେଇ ଯାଇଥିଲା ଟ୍ରଲିଚାଳକ

Advertisment
ବେଶ ବଦଳାଇଥିଲା ଅମୃତପାଲ ସିଂହ, ଚିହ୍ନି ନପାରି ନେଇ ଯାଇଥିଲା ଟ୍ରଲିଚାଳକ

ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହକୁ ନେଇ ଖୋଳତାଢ଼ ଏବେ ବି ଜାରି ରହିଛି। ତାକୁ ଗିରଫ କରିବାକୁ ପୁଲିସ ଲଗାତର ଉଦ୍ୟମ ଜାରି ରଖିଛି। ତେବେ ନିକଟରେ ଏକ ମୋଟର ଟ୍ରଲିରେ  ଅମୃତପାଲ ପଳାଇ ଯାଇଥିବା ବେଳେ ସେହି ‌ଟ୍ରଲି ଡ୍ରାଇଭରଙ୍କ ସହ କଥା ହୋଇଛି ଗଣମାଧ୍ୟମ ସଂସ୍ଥା ଏନ୍‌ଡିଟିଭି। ଏନଡିଟିଭି ସହ ବାର୍ତ୍ତାଳାପରେ ମୋଟର ଟ୍ରଲି ଡ୍ରାଇଭର ଜଣକ ସଫେଇ ଦେଇ କହିଛନ୍ତି ଯେ ସେ ଅମୃତପାଲ ସିଂ ବୋଲି ତାଙ୍କୁ ଜଣା ନଥିଲା।

କାର ଡ୍ରାଇଭର ଜଣକ କହିଛନ୍ତି କି ସେଦିନ ସେ ତାଙ୍କର ନିଜ ଗାଡ଼ି ଚଳାଇ ଯାଉଥିବା ବେଳେ ତାଙ୍କୁ ଦୁଇଜଣ ଅଟକାଇଥିଲେ । ସେ ଦୁ‌ହେଁ ତାଙ୍କୁ କହିଥିଲେ କି ଆମ ବାଇକ୍ ପଙ୍କଚର ହୋଇଯାଇଛି। ଆମକୁ ଏକ ପଙ୍କଚର ଦୋକାନକୁ ନେଇଚାଲ। ଚାଳକଙ୍କୁ ପଲସର ଦୋକାନ କେଉଁଠାରେ ବୋଲି ପଚାରିଲେ। ଟ୍ରଲିରେ ବାଇକ ରଖି ଦୁହେଁ ସେହିଠାରୁ ୫ କିଲୋମିଟର ଦୂର ମହାପୁର ଯାଇଥିଲେ। ସେଠାରେ ଥିବା ଏକ ଟାୟାର ଦୋକାନରେ ଦୁହଁଙ୍କୁ ଛାଡି ଦେଇଥିବା ସ୍ବୀକାର କରିଛନ୍ତି ଟ୍ରଲି ଚାଳକ । ସେ ଆହୁରି ବି କହିଛନ୍ତି, ସେ ଦୁହେଁ ମୋତେ ଭଡା ବାବଦକୁ ୧୦୦ ଟଙ୍କା ଦେଇଥିଲେ। ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ। ଅମୃତପାଲ ତାଙ୍କ ରୂପ ବଦଳାଇଥିଲେ, ସେଥିପାଇଁ ମୁଁ ତାଙ୍କୁ ଚିହ୍ନି ପାରିଲି ନାହିଁ।

ପୁଲିସର ସୂଚନାନୁସାରେ, ପଳାୟନ ସମୟରେ ଅମୃତପାଲ ସିଂ ପ୍ରଥମେ ଶାହକୋଟ (ଜଲନ୍ଦର) ର ମର୍ସିଡିଜରୁ ଏକ ବ୍ରେଜା କାରରେ ଚଢ଼ିଥିଲେ। ତା’ପରେ ନାଙ୍ଗାଲ ଆମ୍ବିଏନ୍ (ଜଲନ୍ଦର ଗ୍ରାମୀଣ) ରେ ସେ ପ୍ଲାଟିନା ମୋଟର ସାଇକେଲରେ ବ୍ରଜା କାରରୁ ଓହ୍ଲାଇ ପଳାଇ ଯାଇଥିଲେ। ବାଇକର ପେଟ୍ରୋଲ ସରିଯିବାରୁ ସେ ଦାରୁପୁର (ଜଲନ୍ଦର ଗ୍ରାମୀଣ) ରେ ତିନି ଚକିଆ ରିକ୍ସା ନେଇଥିଲେ। ଏହା ପରେ ଅମୃତପାଲ ଏବଂ ପପାଲ ପ୍ରୀତ ବନ୍ଧୁକ ମୁନରେ ଏକ ମୋଟର ସାଇକେଲ ଲୁଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe