ହୃଦ୍‌ଘାତରେ ‘ଏନ୍‌ଡିଟିଭି’ର ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନ୍‌ଙ୍କର ଦେହାନ୍ତ

ହୃଦ୍‌ଘାତରେ ‘ଏନ୍‌ଡିଟିଭି’ର ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନ୍‌ଙ୍କର ଦେହାନ୍ତ

Image Courtesy of NDTV Twitter

ନୂଆଦିଲ୍ଲୀ:  ଦେଶର ଜଣାଶୁଣା ସାମ୍ବାଦିକ ତଥା ‘ଏନ୍‌ଡିଟିଭି’ର ବରିଷ୍ଠ ବ୍ୟୁରୋମୁଖ୍ୟ  କମାଲ୍‌ ଖାନ୍‌ଙ୍କର ପରଲୋକ ହୋଇଛି। ଦୃଦଘାତ ହେତୁ ତାଙ୍କର ମୃତ୍ୟୁ ଘଟିଥିବା କଥା ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି । ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ସେଠାରେ ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଦୀର୍ଘ ବର୍ଷ ଧରି କମାଲ୍‌ ‘ଏନ୍‌ଡିଟିଭି’ ଉତ୍ତର ପ୍ରଦେଶ ବ୍ୟୁରୋର ମୁଖ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ତାଙ୍କ ଦ୍ବାରା ରିପୋର୍ଟ ହୋଇଥିବା ଖବର ଉପରେ ସମଗ୍ର ଦେଶବାସୀଙ୍କର ଅଗାଧ ବିଶ୍ବାସ ଥିଲା। ତାଙ୍କର ବିୟୋଗ ଯୋଗୁଁ ଗଣମାଧ୍ୟମ ଦୁନିଆରେ ବଡ଼ କ୍ଷତି ଘଟିଛି।

ଏଭଳି ଦୁଃଖଦାୟ ଘଟଣା ସଂକ୍ରାନ୍ତରେ ଟୁଇଟ୍‌ କରି ‘ଏନ୍‌ଡିଟିଭି’ ଲେଖିଛି, ‘ଏନ୍‌ଡିଟିଭି’ର ଜଣେ ବରିଷ୍ଠ ତଥା ଦେଶର ଜଣେ ସର୍ବୋତ୍ତମ ସାମ୍ବାଦିକ କମାଲ୍‌ ଖାନ୍‌ଙ୍କୁ ହରାଇ ଆମେ ଭାଙ୍ଗିପଡ଼ିଛୁ।

publive-image Image Courtesy of W4M

ଏହା ବ୍ୟତିରେକେ, ତାଙ୍କ ମୃତ୍ୟୁ ପରେ ‘ଏନ୍‌ଡିଟିଭି’ପକ୍ଷରୁ ଜାରି ବିବୃତିରେ ଉଲ୍ଲେଖ ଅଛି, ଆଜି ‘ଏନ୍‌ଡିଟିଭି’ ପରିବାରରେ ଗୋଟାଏ ବିଧ୍ବସ୍ତକାରୀ ତଥା ଅପୂରଣୀୟ କ୍ଷତି ଘଟିଲା। ଆମ ଲକ୍ଷ୍ନୌ ବ୍ୟୁରୋର ମୁଖ୍ୟ, ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନ୍‌ଙ୍କର ଆଜି ସକାଳେ ଅପ୍ରତ୍ୟାଶିତ ଭାବେ ପରଲୋକ ଘଟିଛି। ଗତ ଏକ ଦଶନ୍ଧି ଧରି କମାଲ୍‌ ତାଙ୍କର  ଅନ୍ତର୍ଦୃଷ୍ଟି ଓ ସତ୍ୟନିଷ୍ଠସମ୍ପନ୍ନ ରିପୋର୍ଟଗୁଡ଼ିକ ଲାଗି ଜାତୀୟସ୍ତରରେ ଚର୍ଚ୍ଚାରେ ରହିଆସୁଥିଲେ । ଅପ୍ରିୟ ସତ୍ୟକୁ ଅତି ସହଜ ସୁଲଭ ଢଙ୍ଗରେ ପ୍ରକାଶ କରିବାରେ ତାଙ୍କର ପାରଦର୍ଶୀତା ଥିଲା।

ସବୁଠୁ ବଡ଼ କଥା ହେଉଛି, ସେ ଥିଲେ ଜଣେ ଚମତ୍କାର ମଣିଷ। ତାଙ୍କୁ ଜାଣିଥିବା ସମସ୍ତ ବ୍ୟକ୍ତିଙ୍କର ସେ ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କର ପରିବାରବର୍ଗଙ୍କ ପ୍ରତି ଆମର ନିଷ୍ଠାପର ସମବେଦନା ଓ ଦିବଂଗତ ଆତ୍ମା ପାଇଁ ପ୍ରାର୍ଥନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe