ଭାରତୀୟ ପାଣିପାଗ ବିଭାଗର ପୂବର୍ବାନୁମାନ : ଚଳିତ ବର୍ଷ ମୌସୁମୀ ‘ପ୍ରାୟତଃ ସାଧାରଣ’ ରହିବ

Advertisment
ସ୍କାଇମେଟ ରିପୋର୍ଟ : ଜୁନ ୪ରେ କେରଳ ଛୁଇଁବ ମୌସୁମୀ, ଏଥର ନିଅଣ୍ଟିଆ ବର୍ଷା

www.hindustantimes.com

ନୂଆଦିଲ୍ଲୀ: ଦେଶର ଅଧାରୁ ଅଧିକ ଚାଷ ଜମିକୁ ବର୍ଷା ଜଳ ଯୋଗାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ‘ପ୍ରାୟତଃ ସାଧାରଣ’ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି। ଏଲନିନୋ ପ୍ରଭାବରେ ଏଥର ମୌସୁମୀ ସାଧାରଣ  ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ, ଏଥର ବାର୍ଷିକ ବୃଷ୍ଟିପାତ ପରିମାଣ ୯୬ ପ୍ରତିଶତ ରହିବ।

ଦେଶର ମୌସୁମୀ ବର୍ଷା ମୁଖ୍ୟତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ନିର୍ଭରଶୀଳ।  ଏହାର ପ୍ରଭାବରେ ଦେଶର ୭୦ ପ୍ରତିଶତ ଜଳାଶୟ ଓ ଜଳଉତ୍ସ ଜଳ ପରିପୂର୍ଣ୍ଣ ହୋଇଥାଏ, ଯାହା ଜଳସେଚନରେ ସହାୟକ ହୋଇଥାଏ।  କେବଳ ସେତିକି ନୁହେଁ, ଦେଶରେ କୃଷି ଉତ୍ପାଦନର ପରିମାଣ ଖାଦ୍ୟର ବଜାର ଦରକୁ ମଧ୍ୟ ପ୍ରଭାବିତ କରେ। ଭାରତ ବିଶ୍ବର ଦ୍ବିତୀୟ ସର୍ବାଧିକ ଚାଉଳ, ଗହମ ଓ କପା ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ଓ ଭାରତ ଏକ କୃଷି ଭିତ୍ତିକ ରାଷ୍ଟ୍ର ହୋଇଥିବାରୁ ଭାରତୀୟ ଆର୍ଥିକ ସ୍ଥିତି ଉପରେ ମୌସୁମୀ ବାୟୁର ଅନେକ ଗୁରୁତ୍ୱ ରହିଛି।

ଉଲ୍ଲେଖଯୋଗ୍ୟ, ଗତ ମାସ ଘରୋଇ ପାଣିପାଗ ବିଭାଗ ସ୍କଏମେଟ୍‌ ପୂର୍ବାନୁମାନ କରି କହିଥିଲା ଯେ ଏବର୍ଷ ଭାରତରେ ଆବଶ୍ୟକତାଠାରୁ କମ୍‌ ପରିମାଣର ମୌସୁମୀ ବର୍ଷା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe