ଆସାମରେ ପ୍ରାୟ ୧୦୦ ବିଲୟମୁଖୀ ଶାଗୁଣା ମୃତ; ଆହୁରି ଅନେକ ସଙ୍କଟାପନ୍ନ

Advertisment
ଆସାମରେ ପ୍ରାୟ ୧୦୦ ବିଲୟମୁଖୀ ଶାଗୁଣା ମୃତ; ଆହୁରି ଅନେକ ସଙ୍କଟାପନ୍ନ

Image Courtesy of Eastmojo

କାମରୂପ: ଆସାମର କାମରୂପ ଜିଲ୍ଲା ଅନ୍ତର୍ଗତ ଛେଗାଓଁ ଅଞ୍ଚଳରେ ପ୍ରାୟ ୧୦୦ଟି ବିଲୟମୁଖୀ ଶାଗୁଣାଙ୍କର ମୃତ୍ୟୁ ଘଟିବା ସହ ଆହୁରି ଅନେକ ଶାଗୁଣା ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣାପଡ଼ିଛି।

ଗୁରୁବାର ସନ୍ଧ୍ୟାରେ ରାଜ୍ୟ ବନ ବିଭାଗର କର୍ତ୍ତୃପକ୍ଷମାନେ ଛେଗାଓଁ ଥାନା ଅଧୀନସ୍ଥ ମିଳନପୁର ଅଞ୍ଚଳରୁ ପ୍ରାୟ ୧୦୦ ମୃତ ଶାଗୁଣା ଉଦ୍ଧାର କରିଛନ୍ତି। କୁହାଯାଉଛି ସେ ଶାଗୁଣାମାନେ ଗୋଟାଏ ଛେଳିର ମଢ ଖାଇଥିଲେ। କିନ୍ତୁ, ବନ ବିଭାଗ କର୍ମଚାରୀମାନଙ୍କର ସନ୍ଦେହ ହେଉଛି ଯେ, ଶାଗୁଣାମାନେ ବିଷାକ୍ତ ଖାଦ୍ୟ ଖାଇ ମରିଛନ୍ତି।

କାମରୂପ ପଶ୍ଚିମାଞ୍ଚଳ ବନ ଖଣ୍ଡର ଜିଲ୍ଲା ବନ ଅଧିକାରୀ ଡିମ୍ପି ବୋରା କହିଛନ୍ତି ଯେ, ପ୍ରଥମ ଥର ପାଇଁ ସେ ଏକ ସମୟରେ ଏତେ ସଂଖ୍ୟକ ଶାଗୁଣା ମରିପଡ଼ିଥିବାର ଦେଖିଲେ।

publive-image Image Courtesy of Medindia

ସେ କହିଛନ୍ତି, ମଲା ଶାଗୁଣା ସବୁ ପଡ଼ିଥିବା ସ୍ଥାନରୁ ଆମେ କିଛି ଛେଳି ହାଡ଼ ପାଇଛୁ। ଆମର ସନ୍ଦେହ ହେଉଛି, ବିଷାକ୍ତ ଛେଳି ମଢ ଖାଇ ଶାଗୁଣାମାନେ ମରିଯାଇଛନ୍ତି। କିନ୍ତୁ, ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଛେଳି ମଢ଼କୁ ବିଷାକ୍ତ କରିଥିବା ବ୍ୟକ୍ତିଜଣକ ଗରୁତର ଅପରାଧ କରିଛନ୍ତି। ଆମେ ସେ ବ୍ୟକ୍ତିଙ୍କୁ ଗିରଫ କରିବୁ।

ଏ ଅଞ୍ଚଳରେ ପୂର୍ବରୁ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା। କିନ୍ତୁ, ଏଥର ବହୁସଂଖ୍ୟକ ଶାଗୁଣା ମରିଛନ୍ତି। ଭବିଷ୍ୟତରେ ଏ ପ୍ରକାରର ଘଟଣା ଆଉ ନ ଘଟିବା ପାଇଁ ଆମେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe