ବର୍ଷକୁ ୨ ଲକ୍ଷରୁ କମ୍ ଆୟ ଦେଖାଉଥିବା ୮୦ ବର୍ଷୀୟ ବୃଦ୍ଧାଙ୍କ ସୁଇସ୍ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ରହିଛି ପ୍ରାୟ ୨୦୦ କୋଟି ଟଙ୍କା

Advertisment
ବର୍ଷକୁ ୨ ଲକ୍ଷରୁ କମ୍ ଆୟ ଦେଖାଉଥିବା ୮୦ ବର୍ଷୀୟ ବୃଦ୍ଧାଙ୍କ ସୁଇସ୍ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ରହିଛି ପ୍ରାୟ ୨୦୦ କୋଟି ଟଙ୍କା

Image Courtesy of Flipboard

ନୂଆଦିଲ୍ଲୀ: ମାସକୁ ପ୍ରାୟ ୧୪ ହଜାର ଟଙ୍କା ରୋଜଗାର ଦେଖାଉଥିବା ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କର ସୁଇସ୍ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୧୯୬ କୋଟି କଳା ଟଙ୍କା ଜମା ଥିବା ରିପୋର୍ଟ ମିଳିଛି। ସେଥିପାଇଁ ଟିକସ ସହ ଜରିମାନା ଦେବା ନିମନ୍ତେ ‘ଇନ୍‌କମ୍ ଟ୍ୟାକ୍ସ ଅପିଲେଟ୍‌ ଟ୍ରାଇବୁନାଲ୍‌’ର ମୁମ୍ବାଇ ଶାଖା ସେ ବୃଦ୍ଧାଙ୍କୁ ଆଦେଶ ଦେଇଛି।

ଜେନିଭାସ୍ଥିତି ‘ଏଚ୍ଏ୍‌ବିସି’ରେ ଆକାଉଣ୍ଟ ଥିବା ଉକ୍ତ ବୃଦ୍ଧା ହେଉଛନ୍ତି ରେଣୁ ଥାରାନି। ‘ଥାରାନି ଫ୍ୟାମିଲି ଟ୍ରଷ୍ଟ୍‌’ ନାମରେ ସୁଇସ୍ ବ୍ୟାଙ୍କ୍‌ରେ ଆକାଉଣ୍ଟ୍‌ ରହିଛି। ୨୦୧୪ରେ କେମ୍ୟାନ୍ ଆଇଲାଣ୍ଡ୍‌ର ଜିଡବ୍ଲୁ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ନାମରେ ଏହି ଆକାଉଣ୍ଟ୍‌ ଖୋଲାଯାଇଥିଲା। ଏହି ସଂସ୍ଥା ଆଡ୍‌ମିନିଷ୍ଟ୍ରାଟର୍ ଭାବେ ଫ୍ୟାମିଲି ଟ୍ରଷ୍ଟ୍‌କୁ ଅର୍ଥ ସ୍ଥାନାନ୍ତର କରୁଥିଲା।

publive-image Image Courtesy of Hindustan Times

ଥାରାନି ୨୦୦୫-୦୬ରେ ଆୟକର ରିଟର୍ଣ୍ଣରେ ଏ ସମ୍ବନ୍ଧରେ ସୂଚନା ଦେଇ ନ ଥିଲେ। ୨୦୧୪ ଅକ୍ଟୋବର ୩୧ ତାରିଖରେ ଏହି ମାମଲା ପୁଣି ଖୋଲିଥିଲା। ଜେନିଭା‌ର ଏଚ୍ଏସ୍‌ବିସିରେ ତାଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନାହିଁ କି, ସେ ଜିଡବ୍ଲୁ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କ୍‌ର ନିର୍ଦେଶିକା କିଂବା ସେୟାର୍‌ହୋଲ୍‌ଡର୍‌ ନୁହନ୍ତି ବୋଲି ଦର୍ଶାଇ ଥାରାନି ସତ୍ୟପତ୍ର ମଧ୍ୟ ଦାଖଲ କରିଥିଲେ। ନିଜେ ଜଣେ ପ୍ରବାସୀ ଏବଂ ଯଦି ବି କିଛି ଅର୍ଥ ଥାଏ ସେଥିପାଇଁ ତାଙ୍କ ଉପରେ ଟିକସ ଆଦାୟ କରାଯାଇ ପାରିବ ନାହିଁବୋଲି ସେ ସେଥିରେ ଉଲ୍ଲେଖ କରିଥିଲେ।

୨୦୦୫-୦୬ ଆୟକର ରିଟର୍ଣ୍ଣରେ ଥାରାନି ଉଲ୍ଲେଖ କରିଥିଲେ କି, ତାଙ୍କର ବାର୍ଷିକ ଆୟ ମାତ୍ର ୧.୭ ଲକ୍ଷ ଟଙ୍କା। ନିଜର ବାସସ୍ଥାନ ବେଙ୍ଗାଲୁରୁ ଏବଂ ଜଣେ ଭାରତୀୟ ଟିକସ ଦାତା ବୋଲି ଉଲ୍ଲେଖ କରିଥିଲେ। ଏତେ ସ୍ବଳ୍ପ ସମୟ ମଧ୍ୟରେ ୨୦୦ କୋଟି ଟଙ୍କା ସେ କେଉଁଠୁ ଆଣିଲେ ‘ଆଇଟିଏଟି’ ଖଣ୍ଡପୀଠ ଜାଣି ପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe