Image Courtesy of South China Morning
ହଂକଂ: ଚୀନ୍ରେ ପ୍ରାୟ ୨୩.୮ ନିୟୁତ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏପର୍ଯ୍ୟନ୍ତ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ମଧ୍ୟ ନେଇ ନାହାନ୍ତି ବୋଲି ଆଜି ଗଣମାଧ୍ୟମ ପ୍ରକାଶ କରିଥିବା ରିପୋର୍ଟରୁ ଜଣାପଡ଼ିଛି।
‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍’ ରିପୋର୍ଟ ଅନୁସାରେ, ଚୀନ୍ ତା’ର ‘ଜିରୋ-କୋଭିଡ୍ ପଲିସି’ କୋହଳ କରିବା କ୍ଷଣି ଦେଶରେ ଟିକାକରଣ ଅଭିଯାନ ଉପରେ ଅଧିକ ଗୁରୁତ୍ବାରୋପ କରାଗଲା। କିନ୍ତୁ, ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଟିକାକରଣ ହାର ଅତି ସ୍ବଳ୍ପ।
୮୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଟିକାକରଣ ହାର ମାତ୍ର ୪୨.୪% ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ଟିକା ନେଇ ନ ଥିବା ଉକ୍ତ ବୟସ୍କମାନେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବାରୁ ଟିକାର ଫଳପ୍ରଦତା ଓ ସୁରକ୍ଷା ପ୍ରତି ସନ୍ଦିହାନ ଅଛନ୍ତି। ଏହାଛଡ଼ା, ଅନେକ ବୟସ୍କ ବ୍ୟକ୍ତି, ବିଶେଷକରି ଦେଶର ବିସ୍ତୃତ ମଫସଲ ଅଞ୍ଚଳରେ ଥିବା ବୟସ୍କଙ୍କ ପାଇଁ ଟିକାକରଣ ବିଶେଷ ଜରୁରୀ ବୋଲି ମନେହେଉନାହିଁ। ଟିକା ନେବାକୁ ମଧ୍ୟ ସେମାନଙ୍କ କେହି ପ୍ରବର୍ତ୍ତାଉ ନାହାନ୍ତି।
Image Courtesy of Reutersବାଧ୍ୟ କରାଯାଇ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା କେତେକ ଗ୍ରାମବାସୀ ବେଦମ କାଶ, ମୁଣ୍ଡବିନ୍ଧା ଏବଂ ବାହୁରେ କ୍ଷତ ହେଉଛି ବୋଲି ଅଭିଯୋଗ କରିଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସଦ୍ୟତମ ସୂଚନା ଅନୁସାରେ, ଚୀନ୍ର ଅନେକ ଅଞ୍ଚଳରେ ଏବେ ଦୈନିକ ସଂକ୍ରମଣ ୫ ଲକ୍ଷ ଟପିଯାଉଛି। ସଂକ୍ରମିତ ଲୋକଙ୍କ ପାଇଁ ଡାକ୍ତରଖାନାରେ ଶଯ୍ୟା ଅଭାବରୁ ସେମାନେ ଡାକ୍ତରଖାନା କରିଡର୍ରେ ଥିବା ବେଞ୍ଚ୍ ଓ ଚଟାଣରେ ଶୋଇ ରହୁଛନ୍ତି।
ଚୀନ୍ର ସାଙ୍ଘାଇ ନିକଟବର୍ତ୍ତୀ ବୃହତ୍ ଶିଳ୍ପ ପ୍ରଦେଶ ସେଜିଆଙ୍ଗ୍ରେ ଗୋଟିଏ ଦିନରେ ୧ ନିୟୁତ ସଂକ୍ରମିତ ଲୋକ ବାହାରିଥିବା ଜଣାପଡ଼ିଛି।
Follow Us