କୁଡୁଡ଼ି ହେତୁ ୨୫୦ ବିମାନ ବିଳମ୍ବିତ: ଦିଲ୍ଲୀରେ ଦୃଶ୍ୟମାନତା ହ୍ରାସ

ବୁଧବାର ଦିନ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ହେତୁ ପ୍ରାୟ ୨୫୦ଟି ବିମାନ ଉଡ଼ାଣ ବିଳମ୍ବିତ ହୋଇଛି। ଏହା ସହ ଅନେକ ଟ୍ରେନ୍‌ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜଧାନୀରେ ଶୀତ ଲହରି ଜାରି ରହିଛି। ଆଜି ସକାଳୁ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ରେକର୍ଡ ହୋଇଛି। 

Delhi

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ହେତୁ ପ୍ରାୟ ୨୫୦ଟି ବିମାନ ଉଡ଼ାଣ ବିଳମ୍ବିତ ହୋଇଛି। ଏହା ସହ ଅନେକ ଟ୍ରେନ୍‌ ମଧ୍ୟ ବାଧାପ୍ରାପ୍ତ ହୋଇଛି। 

ଜାତୀୟ ରାଜଧାନୀରେ ଶୀତ ଲହରି ଜାରି ରହିଛି। ଆଜି ସକାଳୁ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ରେକର୍ଡ ହୋଇଛି। 

ଦିଲ୍ଲୀ-ଏନସିଆରର କିଛି ସ୍ଥାନରେ ଦୃଶ୍ୟମାନତା ଶୂନ୍ୟ ଥିବା ବେଳେ ଉତ୍ତର ଭାରତର କିଛି ସ୍ଥାନରେ ଘନ କୁହୁଡ଼ି ପରିସ୍ଥିତି ଯୋଗୁ ଅତି କମ୍‌ରେ ୨୬ଟି ଟ୍ରେନ୍ ବିଳମ୍ବିତ ହୋଇଛି। ସକାଳୁ ସକାଳୁ ଯାତ୍ରୀମାନେ ଘନ କୁହୁଡ଼ି ମଧ୍ୟରେ ଯାତ୍ରା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଭାରତ ପାଣିପାଗ ବିଭାଗ ଦିଲ୍ଲୀ ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି, ଅନେକ ଅଞ୍ଚଳରେ ଘନରୁ ଅତି ଘନ କୁହୁଡ଼ି ଥିବା ଜଣାପଡ଼ିଛି।ବୁଧବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆକାଶ ମେଘୁଆ ରହିବା ସହିତ ସନ୍ଧ୍ୟାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ସକାଳ ୬ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ୧୦୦ ମିଟର ରେକର୍ଡ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe