ଆଫଗାନ ସେନାଙ୍କ ଦମନ ଅଭିଯାନ: ୪୮ ଘଣ୍ଟାରେ ପ୍ରାୟ ୩୦୦ ତାଲିବାନ୍ ନିହତ, ଅସଂଖ୍ୟ ଆହତ

Advertisment
ଆଫଗାନ ସେନାଙ୍କ ଦମନ ଅଭିଯାନ: ୪୮ ଘଣ୍ଟାରେ ପ୍ରାୟ ୩୦୦ ତାଲିବାନ୍ ନିହତ, ଅସଂଖ୍ୟ ଆହତ

Image Courtesy of Afganistan.Asia-news

ନୂଆଦିଲ୍ଲୀ: ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନରୁ ବିଦେଶୀ ସେନା ପ୍ରତ୍ୟାହୃତ ହେଉଥିବା ବେଳେ ଶନିବାର ଠାରୁ ଦେଶର ବିଭିନ୍ନ ପ୍ରଦେଶରେ ଦେଶର ନିରାପତ୍ତା ବଳ ଚଳାଇଥିବା ଅଭିଯାନରେ ପ୍ରାୟ ତାଲିବାନ୍ ଗ୍ରୁପ୍‌ର ୩୦୦ ସଦସ୍ୟ ନିହତ ହୋଇଥିବା ବେଳେ ଆହୁରି ଅନେକ ଆହତ ହୋଇଛନ୍ତି।

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଗଜନି, କାନ୍ଦାହାର, ହେରାତ୍, ଫାରା, ଜୌଜାନ୍, ବାଲକ୍‌, ସାମାନଗାଁ, ହେଲମାନ୍ଦ, ତାଖାର, କୁନ୍ଦୁଜ, ବାଗଲାନ୍, କାବୁଲ ଏବଂ କପିସା ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ‘ଆଫଗାନିସ୍ତାନ ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ ଆଣ୍ଡ୍‌ ସିକ୍ୟୁରିଟି ଫୋର୍ସେସ୍‌’ ଅଭିଯାନରେ ୨୫୪ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୯୭ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ଏହା ବ୍ୟତିରେକେ, ମିଳିଥିବା ୧୩ଟି ‘ଆଇଇଡି’କୁ ନିଷ୍କ୍ରିୟ ମଧ୍ୟ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଶନିବାର ରାତିରେ ପାକତିକା ପ୍ରଦେଶର ବାରମାଳ ଜିଲ୍ଲାରେ ‘ଆଫଗାନିସ୍ତାନ ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ ଆଣ୍ଡ୍‌ ସିକ୍ୟୁରିଟି ଫୋର୍ସେସ୍‌’ ଅଭିଯାନରେ ୪ଜଣ ପାକିସ୍ତାନୀଙ୍କ ସମେତ ୧୨ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଅନ୍ୟ ୯ଜଣ ଆହତ ହୋଇଛନ୍ତି। କାନ୍ଦାହାର ପ୍ରାଦେଶିକ କେନ୍ଦ୍ର ଉପକଣ୍ଠସ୍ଥିତ ପଞ୍ଜୱେ ଜିଲ୍ଲାରେ ଆଉ ୧୧ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

publive-image Image Courtesy of TV9 Bharatvarsh

ତାଲିବାନମାନେ ସକ୍ରିୟ ହୋଇ ଆଫଗାନ ନିରାପତ୍ତା ବଳ ଓ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରିବା ସହ କେତେକ ଜିଲ୍ଲା ଜବରଦଖଲ କରି ନେଇଥିବାରୁ ଆଫଗାନିସ୍ତାନରେ ହିଂସାତ୍ମକ କାଣ୍ଡ ହଠାତ୍‌ ବୃଦ୍ଧି ପାଇଛି। ଆଫଗାନ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ତାଲିବାନମାନେ ୧୯୩ଟି ଜିଲ୍ଲା କେନ୍ଦ୍ର ଏବଂ ୧୯ ସୀମାନ୍ତ ଜିଲ୍ଲା ଦଖଲ କରିନେଇଛନ୍ତି। ଏହାଛଡ଼ା, ତାଖାର, କୁନ୍ଦୁଜ, ବଡ଼ାଖସାନ, ହେରାତ୍ ଏବଂ ଫାରା ଆଦି ପ୍ରଦେଶରେ ତାଲିବାନମାନେ ୧୦ଟି ସୀମା ପାରି ସ୍ଥାନ ଅକ୍ତିଆର କରିନେବାରୁ ସେ ସବୁ ଅଞ୍ଚଳରେ ସୀମାପାରି ଚଳାଚଳ ଓ ବାଣିଜ୍ୟ ସମ୍ପୂର୍ଣ୍ଣରୂପେ ବନ୍ଦ ଅଛି।

ମନ୍ତ୍ରାଳୟ ଆହୁରି ମଧ୍ୟ ସୂଚନା ଦେଇଛି ‌ଯେ, ଏପ୍ରିଲ୍‌ ୧୪ରୁ ତାଲିବାନମାନଙ୍କଦ୍ବାରା ‘ଆଫଗାନିସ୍ତାନ ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ ଆଣ୍ଡ୍‌ ସିକ୍ୟୁରିଟି ଫୋର୍ସେସ୍‌’ର ୪୦୦୦ କର୍ମଚାରୀ ନିହତ ଓ ୭୦୦୦ ଆହତ ହୋଇଛନ୍ତି। ପ୍ରାୟ ୧୬୦୦ କର୍ମଚାରୀଙ୍କୁ ତାଲିବାନମାନେ ଧରି ନେଇଛନ୍ତି। ହିଂସାକାଣ୍ଡରେ ମହିଳା ଓ ପିଲାଙ୍କ ସମେତ ପ୍ରାୟ ୨୦୦୦ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ୨,୨୦୦ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe