ସମସ୍ତଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ଜରୁରୀ : ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼

Advertisment
ସୁପ୍ରିମ୍‌କୋର୍ଟଙ୍କ ଭିତ୍ତିଭୂମି ଦାବିକୁ ସରକାର ଗୁରୁତ୍ବର ସହ ନେଇଛନ୍ତି: ସିଜେଆଇ

Image Courtesy of Oneindia

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ତାଙ୍କ ଅଭିଭାଷଣରେ ମନଇଚ୍ଛା ଗିରଫଦାରୀ ଏବଂ ସମ୍ପତ୍ତି ନଷ୍ଟ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଜରୁରୀ ବୋଲି ସେ କହିଛନ୍ତି। ଏହା ସହ ଦେଶର ନ୍ୟାୟିକ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ନ୍ୟାୟ ବ୍ୟବସ୍ଥାର ଶକ୍ତି ହେଉଛି ନ୍ୟାୟ ପ୍ରଦାନ। ଯଦି କୌଣସି ବ୍ୟକ୍ତିଙ୍କୁ ମନଇଚ୍ଛା ଗିରଫ କରାଯାଇଛି, ଘର ନଷ୍ଟ ଧମକ ଦିଆଯାଇଛି, ସମ୍ପତ୍ତି ବେଆଇନ ଭାବେ ଜବତ କରାଯାଇଛି, ତେବେ ତାଙ୍କୁ ସୁପ୍ରିମ୍ କୋର୍ଟର ବିଚାରପତିଙ୍କ ଠାରୁ ସୁରକ୍ଷା ମିଳିବା ଉଚିତ।

ନୂଆଦିଲ୍ଲୀରେ ଆଇନଜୀବୀଙ୍କ ସ୍ୱାଧୀନତା ଦିବସ ସମାରୋହରେ ଚନ୍ଦ୍ରଚୂଡ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଧ୍ୟ ଉପସ୍ଥିତ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅଗ୍ରଣୀ ବାର୍ ଭାବେ ସୁପ୍ରିମ୍ କୋର୍ଟ ବାର୍ ଆଇନର ଶାସନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ।

ପ୍ରଧାନ ବିଚାରପତି କହିଛନ୍ତି, ଆମ ସମ୍ବିଧାନରେ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୁନିଶ୍ଚିତ କରାଯାଇଛି ଯେ ଶାସନ ଅନୁଷ୍ଠାନଗୁଡ଼ିକ ନିର୍ଦ୍ଦିଷ୍ଟ ସାମ୍ବିଧାନିକ ସୀମା ମଧ୍ୟରେ କାର୍ଯ୍ୟ କରନ୍ତି । ନ୍ୟାୟ ପାଇବାରେ ଥିବା ପ୍ରତିବନ୍ଧକକୁ ଦୂର କରିବା ନ୍ୟାୟପାଳିକା ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ କୋର୍ଟ ଭିତ୍ତିଭୂମିର ପୁନରୁଦ୍ଧାର କରାଯିବା ର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe