ବିହାରରେ ନୀତୀଶଙ୍କୁ କ୍ଷମତାକୁ ଫେରାଇ ଆଣିବା ଆବଶ୍ୟକ କାରଣ ବିକାଶରେ କୌଣସି ବାଧା ହେବନାହିଁ: ବିହାର ଭୋଟରଙ୍କୁ ଖୋଲାଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ବିହାରରେ ନୀତୀଶଙ୍କୁ କ୍ଷମତାକୁ ଫେରାଇ ଆଣିବା ଆବଶ୍ୟକ କାରଣ ବିକାଶରେ କୌଣସି ବାଧା ହେବନାହିଁ: ବିହାର ଭୋଟରଙ୍କୁ ଖୋଲାଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

Live 24

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚଚନର ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ପାଇଁ ମତଗ୍ରହଣର ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ବିହାରବାସୀଙ୍କୁ ହିନ୍ଦୀରେ ଏକ ଖୋଲା ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଖୋଲା ଚିଠିରେ ଉଳ୍ଲେଖ କରି କହିଛନ୍ତି ଯେ ବିହାରରେ ତାଙ୍କ ପାଇଁ ନୀତୀଶ ଆଉଥରେ ଶାସନ କ୍ଷମତାକୁ ଫେରିବା ଦରକାର। ବିହାରର ବିକାଶ ଧାରାରେ ଯେପରି କୌଣସି ପ୍ରତିବନ୍ଧକ ସୃଷ୍ଟି ନହୁଏ ସେଥିପାଇଁ ସେ ଶାସନ କ୍ଷମତାରେ ନୀତୀଶ କୁମାରଙ୍କ ସରକାରକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ବିହାରର ବିକାଶ ବିଷୟରେ ମୁଁ ନିଶ୍ଚିତ। ଏଠାରେ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମୋତେ ନୀତୀଶ କୁମାରଙ୍କ ସରକାର ଦରକାର। ବିହାରରେ ବିକାଶ ନୀତିରେ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ। ୨୦୦୫ ପର ଠାରୁ ବିହାରରେ ଯେଉଁ ବିକାଶର ଧାରା ଆରମ୍ଭ ହୋଇଛି, ତାହା ଆଗକୁ ମଧ୍ୟ ଅବ୍ୟାହତ ରହିବାର ଏବଂ ରଖିବାର ଆବଶ୍ୟକତା ରହିଛି। ଆଉ ନୀତୀଶ କୁମାରଙ୍କ ସରକାରଙ୍କ ହିଁ ବିହାରର ବିକାଶ କରିପାରିବ। ସେଥିପାଇଁ ନୀତୀଶ କୁମାର ଆଉଥରେ ଶାସନ କ୍ଷମତାକୁ ଫେରିବାର ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଖୋଲାଚିଠିରେ ଉଳ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe