ଏକଜୁଟ୍ ହେବାର ଆବଶ୍ୟକତା ରହିଛି; ବିରୋଧୀ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

Advertisment
qdwqdhg

ନୂଆଦିଲ୍ଲୀ: ଏବେ ଏକଜୁଟ୍ ହେବାର ଆବଶ୍ୟକତା ରହିଛି। ପହଲଗାମ୍ ଆକ୍ରମଣର ପ୍ରତି‌ଶୋଧ ସ୍ବରୂପ ମଙ୍ଗଳବାର ମଧ୍ୟରାତ୍ରିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିବା ପରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଦିନ 'ଅପରେସନ୍ ସିନ୍ଦୂର' ବିଷୟରେ ସମସ୍ତ ଦଳକୁ ସୂଚନା ଦେବା ସମୟରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ଏକତ୍ରିତ ହେବାକୁ ଅନୁରୋଧ କରିଛନ୍ତି। ଏହା ସହ ଭାରତ, ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ସମୟରେ ସଶସ୍ତ୍ର ବାହିନୀର ବୀରତ୍ୱ ବିଷୟରେ ବିରୋଧୀ ଦଳଗୁଡ଼ିକୁ କୁହାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାଡଗେ କଂଗ୍ରେସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ବେଳେ, ତୃଣମୂଳ କଂଗ୍ରେସ ପକ୍ଷରୁ ସନ୍ଦୀପ ବନ୍ଦୋପାଧ୍ୟାୟ ଏବଂ ଡିଏମକେର ଟିଆର ବାଲୁ ବୈଠକରେ ଯୋଗ ଦେଇଥିଲେ।

ଅନ୍ୟ ବିରୋଧୀଦଳ ନେତାଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଆପର ସଞ୍ଜୟ ସିଂ, ଶିବସେନା (ୟୁବିଟି)ର ସଞ୍ଜୟ ରାଉତ, ଏନସିପି (ଏସପି) ର ସୁପ୍ରିୟା ସୁଲେ, ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ୍ ଓଭାଇସି ଏବଂ ବିଜେଡିର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe