ମିଳିତ ସାମ୍ବାଦିକ ସମ୍ମିଳନୀରେ ଦାବି, ନୀଳାଚଳ ଇସ୍ପାତ ନିଗମକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ

ମିଳିତ ସାମ୍ବାଦିକ ସମ୍ମିଳନୀରେ ଦାବି, ନୀଳାଚଳ ଇସ୍ପାତ ନିଗମକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ

The Economic Times

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ବିନିଯୋଗ କରି ନୀଳାଚଳ ଇସ୍ପାତ ନିଗମକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହିତ ଏହାର ଘରୋଇକରଣ ନିଷ୍ପତିକୁ ପ୍ରତ୍ୟାହାର କରନ୍ତୁ। ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ଦ୍ବାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା ଯେ, ନୀଳାଚଳ ଇସ୍ପାତ କାରଖାନାରୁ ସମସ୍ତ କର୍ମଚାରୀଙ୍କୁ ନିୟମିତ ମାସିକ ଦରମା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯାଉ। ନୀଳାଚଳ ଇସ୍ପାତ ନିଗମକୁ କ୍ଷତିରେ ପହଞ୍ଚାଇବା ପାଇଁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଥିବା ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସରକାର ଯଦି ଦାବିଗୁଡ଼ିକୁ ଗୁରୁତ୍ବ ସହ ବିଚାର ନକରି ଅଣଦେଖା କରିବେ ଏବଂ ଘରୋଇକରଣ ଚିନ୍ତାଧାରାରୁ ନିବୃତ ନରହିବେ, ଆଗାମୀ ଦିନରେ ସମସ୍ତ କର୍ମଚାରୀ ଏବଂ ଅଞ୍ଚଳର ଟ୍ରେଡ୍ ୟୁନିୟନ ମାନଙ୍କ ସହଯୋଗରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ବିସ୍ତାବିତ ମଞ୍ଚ ଓ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ତରଫରୁ ଚେତାବନୀ ଦିଆଯାଇଥିଲା।

ଆଜିର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ତରଫରୁ ଇନଟକ୍ ରାଜ୍ୟ ସଭାପତି ତଥା କେନ୍ଦ୍ର ଉପସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚର ଆବାହକ ରଞ୍ଜନ କୁମାର ନାୟକ, ବିଜୟ ମହାରଣା ଓ ନୀଳାଚଳର ବିସ୍ଥାପିତ ପ୍ରତିନିଧି ମହିରାମ ପୂର୍ତ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe