ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା

ଭାରତୀୟ ଆଥଲେଟିକ୍ସର ପୋଷ୍ଟର ବୟ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ସେ ହିମାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

nrj

ନୂଆଦଲ୍ଲୀ : ଭାରତୀୟ ଆଥଲେଟିକ୍ସ ପୋଷ୍ଟର ବୟ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ସେ ହିମାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନୀରଜ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଏବଂ ଇନଷ୍ଟାଗ୍ରାମରେ ବିବାହର ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବିବାହ ରୀତିନୀତି ଶେଷ କରୁଥିବାର ନଜର ଆସିଛନ୍ତି ।  ନୀରଜ ହଠାତ୍ ବିବାହ ଖବର ଦେଇ ନିଜ ପ୍ରିୟଜନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।  ଫଟୋରେ ନୀରଜ ତାଙ୍କ ପତ୍ନୀ ଏବଂ ପରିବାରର କିଛି ସଦସ୍ୟଙ୍କ ସହ ନଜର ଆସୁଛନ୍ତି ।

୨୭ ବର୍ଷୀୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe