ଯୌତୁକ ବାବଦକୁ ନୀରଜ ଗ୍ରହଣ କରିଛନ୍ତି ଏତିକି ଟଙ୍କା

ନୀରଜ ହିମାନିଙ୍କୁ ବିବାହ କରିବା ସମୟରେ ମାତ୍ର ୧ଟଙ୍କା  ଯୌତୁକ ବାବଦକୁ ଗ୍ରହଣ କରିଥିଲେ। ଏହା ବ୍ୟତୀତ ‌ଯୌତୁକ ବାବଦକୁ ସେ କୌଣସି ପ୍ରକାର ଦାବି କରି ନଥିଲେ ।ବିବାହକୁ ଅତି ସାଧାରଣଶୈଳୀରେ ଆୟୋଜନ କରିଥିଲେ।

ନତନପତଦ

ନୂଆଦଲ୍ଲୀ : ଭାରତର ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା ଲୁଚିଲୁଚି ବିବାହ କରିବା ଘଟଣା ଚର୍ଚ୍ଚାରେ ରହିଛି।

ଗତ ରବିବାର ହିମାନିଙ୍କ ସହିତ ନୀରଜ ଚୋପ୍ରାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଏହି ଖୁସି ଖବରକୁ ନୀରଜ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଥିଲେ ।

ଅଧିକପଢ଼ନ୍ତୁ:ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି

ସେ ତାଙ୍କ ସୋସିଆଲ ମିଡିଆ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଏବଂ ଇନଷ୍ଟାଗ୍ରାମରେ ବିବାହର ଅନେକ ଫଟୋ ସେୟାର କରି ଲେଖିଥିଲେ, ‘ଜୀବନର ନୂଆ ଅଧ୍ୟାୟ ଆରମ୍ଭ ପରିବାର ସହିତ। ଆମକୁ ମିଳିଥିବା ପ୍ରତିଟି ଆର୍ଶୀବାଦ ପାଇଁ ମୁଁ କୃତଜ୍ଞ। ସମସ୍ତଙ୍କ ଆର୍ଶୀବାଦ ପାଇଁ ଆମେ ଆଜି ଏକାଠି ହୋଇପାରିଛୁ।
 

ନୀରଜଙ୍କ ବିବାହକୁ ଅତି ସାଧାରଣ ଭାବେ ଆୟୋଜନ କରାଯାଇଥିଲା। ଏହି ବିବାହରେ ନୀରଜ ଓ ହିମାନିଙ୍କ ପରିବାରର କିଛି ସଦସ୍ୟଙ୍କ ଉପସ୍ଥିତ ଥିଲେ।
୨୭ ବର୍ଷୀୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଖେଳ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ନୀରଜ ଏଭଳି ଭାବେ କାହାକୁ କିଛି ନଜଣାଇ ବିବାହ କରିବା ଘଟଣାକୁ ନେଇ ତାଙ୍କ ଫ୍ୟାନ୍ସମାନେ ନିରାଶ ହୋଇଯାଇଛନ୍ତି।

ଅଧିକପଢ଼ନ୍ତୁ:ଆଖି ଝଲସାଇଦେବ ‌ଟ୍ରମ୍ପ୍‌ଙ୍କ ସୁନାର ଘର

ତେବେ ନୀରଜ କେଉଁଠି ବିବାହ କରିଛନ୍ତି ସେ କଥା ସ୍ପଷ୍ଟ କରି ନଥିବା ବେଳେ ଖବର ମିଳିଛି କି ସେ ହିମାଞ୍ଚଳର ସୋଲନସ୍ଥିତ ରିସର୍ଟରେ ବିବାହ କରିଛନ୍ତି। ଏହି ବିବାହରେ ଉଭୟ ବର ଓ କନ୍ୟା ପରିବାରକୁ ମିଶାଇ ମାତ୍ର ୬୦ଜଣ ସଦସ୍ୟ ଉପସ୍ଥିତ ଥିଲେ। 

ପ୍ରକାଶିତ ରିପୋର୍ଟ ମୁତାବକ, ନୀରଜ ହିମାନିଙ୍କୁ ବିବାହ କରିବା ସମୟରେ ମାତ୍ର ୧ଟଙ୍କା  ଯୌତୁକ ବାବଦକୁ ଗ୍ରହଣ କରିଥିଲେ। ଏହା ବ୍ୟତୀତ ‌ଯୌତୁକ ବାବଦକୁ ସେ କୌଣସି ପ୍ରକାର ଦାବି କରି ନଥିଲେ ।ବିବାହକୁ ଅତି ସାଧାରଣଶୈଳୀରେ ଆୟୋଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe