ନୀରଜ ସ୍ବର୍ଣ୍ଣପଦକ ଜିତି ନପାରିବାରୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରତିକ୍ରିୟା

ନୀରଜ ସ୍ବର୍ଣ୍ଣପଦକ ଜିତି ନପାରିବାରୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଟରେ ନୀରଜ ରୌପ୍ୟ ପଦକ ହାସଲ କରିଛନ୍ତି। ଯାହାକି ଭାରତ ପାଇଁ ଗର୍ବର ବିଷୟ। ତେବେ ଭାରତବାସୀ ନୀରଜଙ୍କ ଠାରୁ ସ୍ବର୍ଣ୍ଣ ପଦକର ଆଶା ରଖିଥିବାରୁ କିଛି ‌‌‌କ୍ଷେତ୍ରରେ ଏହାକୁ ନେଇ ନିରାଶର ବାତାବରଣ ଦେଖିବାକୁ ମିଳୁଛି।

ଏହି କ୍ରମରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବି ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ନିଶ୍ଚିତ ଥିଲେ। ନୀରଜ ସ୍ବର୍ଣ୍ଣ ପଦକ ପାଇବାରୁ ଗୋଟିଏ ପାଦ ପଛରେ ରହିବା ପରେ ଆନନ୍ଦ ମହିନ୍ଦ୍ରା ନିରାଶ ହୋଇଯାଇଛନ୍ତି। ସେ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରି ନିଜ ମନର କଥା କହିଛନ୍ତି।

ଆନନ୍ଦ ‌ସେୟାର କରିଥିବା ପ୍ରଥମ ଫଟୋରେ ନୀରଜ ଚୋପ୍ରା ହାତରେ ଜାତୀୟ ପତକା ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ସେହିପରି ଦ୍ବିତୀୟଟିରେ ଭାରତର ଗର୍ବ ନୀରଜ ଓ ପାକିସ୍ତାନର ଅଶରଦ ନଦିମ ଏକାଠି ଛିଡ଼ା ହୋଇଥିବା ନଜରକୁ ଆସୁଛି।

ଏହି ପୋଷ୍ଟରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ମୁଁ ସ୍ୱୀକାର କରୁଛି ଗତକାଲି ରାତିରେ ଚିନ୍ତାରେ ପଡ଼ିଯାଇଥିଲି। କାରଣ ନୀରଜ ଚୋପ୍ରା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିପାରି ନଥିଲେ। କିନ୍ତୁ ଆଜି ସକାଳେ, ମୁଁ ପ୍ରଥମେ ରେକର୍ଡ ଭାଙ୍ଗିବା ପାଇଁ ଅର୍ଶଦ ନଦିମଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ନୀରଜଙ୍କ ସହ ତାଙ୍କର ଥିବା ସମ୍ପର୍କକୁ ପ୍ରଶଂସା କରୁଛି।’

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ କାଂସ୍ୟ ପଦକ ଜିତିଥିବା ହେତୁ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe