ଲୋକଙ୍କୁ ଅନୁରୋଧ କରି ଭିନେଶଙ୍କ ପାଇଁ ଏଭଳି କଥା କହିଲେ ନୀରଜ

Advertisment
ଲୋକଙ୍କୁ ଅନୁରୋଧ କରି ଭିନେଶଙ୍କ ପାଇଁ ଏଭଳି କଥା କହିଲେ ନୀରଜ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି କ୍ରମାଗତ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ହୋଇଛନ୍ତି ନୀରଜ ଚୋପ୍ରା। ସେହିପରି ରେସଲର ଭିନେଶ ଫୋଗଟଙ୍କ ଠାରୁ ବି ଭାରତବାସୀ ପଦକର ଆସି ରଖିଥିଲେ। କିନ୍ତୁ ରେସଲର ଭିନେଶ ଫୋଗଟଙ୍କ  ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ତାଙ୍କୁ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଥିଲା। ଯାହାକୁ ନେଇ ରେସଲର ଭିନେଶ ଫୋଗଟଙ୍କ ଠାରୁ ଆରମ୍ଭ କରି ତାଙ୍କ କୋଚ, ସମର୍ଥକ ଓ ଦେଶବାସୀ ଦୁଃଖୀ ହୋଇଯାଇଛନ୍ତି। ଭିନେଶ ଏହି ଘଟଣାକୁ ନେଇ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ (ସିଏସଏ)ରେ ଆବେଦନ କରିଥିଲେ। ଯାହାର ଶୁଣାଣି ହେବାର ରହିଛି।

ଭିନେଶଙ୍କୁ ନେଇ ନୀରଜ ଏକ ହୃଦୟସ୍ପର୍ଶୀ ପ୍ରତିକ୍ରିୟା ଦେଇ ନିଜ ମନର କଥା କହି କହିଛନ୍ତି, ‘ଆମେ ସମସ୍ତେ ଜାଣିଛେ ଭିନେଶଙ୍କୁ ଯଦି ପଦକ ମିଳିବ ତେବେ ଏହା ଖୁସିର କଥା। ଯଦି ତାଙ୍କ କ୍ଷେତ୍ରରେ ଓଜନ ସମସ୍ୟା ନଆସି ଥାଆନ୍ତା ତେବେ ସେ ନିଶ୍ଚୟ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତି ଯାଇଥାଆନ୍ତେ।

ମୁଁ ଅନୁଭବ କରିଛି  ଆମେ ପଦକ ଜିତିଲେ ଲୋକେ କିଛିଦିନ ପର୍ଯ୍ୟନ୍ତ ଆମକୁ ମନେ ରଖନ୍ତି । ଆଉ କୁହନ୍ତି ଆମେ ତାଙ୍କର ଚମ୍ପିୟାନ। ଏହି କ୍ଷେତ୍ର ଯଦି ଆମେ ପଦକ ନଜିତୁ ସେମାନେ ଆମକୁ ଭୁଲି ଯାଇଥାଆନ୍ତି। ମୋତେ ବାସ ସେତିକି ଭୟ। ଲୋକଙ୍କୁ ଅନୁରୋଧ ଭିନେଶ ଦେଶ ପାଇଁ ଯାହା କରିଛନ୍ତି ତାହାକୁ ଯେମିତି ନ ଭୁଲନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe