Image Courtesy of India TV News
ନୂଆଦିଲ୍ଲୀ: ‘ନିଟ୍୨୦୨୦’ ପରୀକ୍ଷା ପରିଚାଳନା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଂଶୋଧିତ ‘ଏସ୍ଓପି’ ଜାରି କରିଛନ୍ତି। ‘ଅଲ୍ ଇଣ୍ଡିଆ ମେଡିକାଲ୍ ଏଣ୍ଟ୍ରାନ୍ସ୍ ଏକ୍ଜମିନେସନ୍’ ‘ନିଟ୍୨୦୨୦’ ଦେବାକୁ ଆଗ୍ରହୀ ପ୍ରାର୍ଥୀ ଓ ପରୀକ୍ଷା ପରିଚାଳକମାନେ ଏହି ‘ଏସ୍ଓପି’ ପାଳନ କରିବେ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ‘ନିଟ୍ ୨୦୨୦’ ବାତିଲ କରିବାକୁ ଦାଏର ହୋଇଥିବା ଆବେଦନଗୁଡ଼ିକୁ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। ତେଣୁ, ସମଗ୍ର ଭାରତରେ ସେପ୍ଟେମ୍ବର ୧୩ ତାରିଖ ଦିନ ସମସ୍ତ ପ୍ରକାର ସତର୍କତା ଅବଲମ୍ବନପୂର୍ବକ ପରୀକ୍ଷା କରାଇବାକୁ ସ୍ଥିର କରାଯାଇଛି।
‘ନିଟ୍ ୨୦୨୦’ ଏବଂ ଅନ୍ୟାନ୍ୟ ପରୀକ୍ଷା ଲାଗି ସଂଶୋଧିତ ‘ଏସ୍ଓପି’:
କେବଳ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯିବ।
କଣ୍ଟେନ୍ମେଣ୍ଟ୍ ଜୋନ୍ର ପରୀକ୍ଷାର୍ଥୀ ଓ କର୍ମଚାରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ଅନୁମତି ମିଳିବ ନାହିଁ।
ଏଭଳି ପରୀକ୍ଷାର୍ଥୀଙ୍କୁ ଅନ୍ୟ ଉପାୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ କିଂବା ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟ/ଶିକ୍ଷା ପ୍ରତିଷ୍ଠାନ/ଏଜେନ୍ସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।
‘ନିଟ୍୨୦୨୦’ ଭଳି କଲମ ଓ କାଗଜଭିତ୍ତିକ ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ବଣ୍ଟନ କରିବା ଆଗରୁ ଇନ୍ଭିଜିଲେଟର୍ମାନେ ତାଙ୍କ ହାତ ସାନିଟାଇଜ୍ କରିବେ।
ଇନ୍ଭିଜିଲେଟର୍ମାନଙ୍କ ଠାରୁ ଏସବୁ ଗ୍ରହଣ କରିବା ଓ ପୁଣି ସେମାନଙ୍କୁ ଦେବା ପୂର୍ବରୁ ପରୀକ୍ଷାର୍ଥୀମାନେ ମଧ୍ୟ ନିଜନିଜର ହାତ ସାନିଟାଇଜ୍ କରିବେ।
ଉତ୍ତର ଖାତା ସଂଗ୍ରହ କରିବା ଓ ପ୍ୟାକିଙ୍ଗ୍ କରିବାର ପ୍ରତ୍ୟେକ ପର୍ଯ୍ୟାୟରେ ହାତ ସାନିଟାଇଜ୍ କରାଯିବ।
ସଂଗ୍ରହ ହେବାର ୭୨ ଘଣ୍ଟା ପରେ ଉତ୍ତର ଖାତାଗୁଡ଼ିକ ଖୋଲାଯିବା ବିଧେୟ।
କାଗଜ ଗଣିବା କିଂବା ବାଣ୍ଟିବା ବେଳେ ଛେପ ଓ ଲାଳ ମାରିବାକୁ ଅନୁମତି ଦିଆଯିବ ନାହିଁ।
ବ୍ୟକ୍ତିଗତ ଜିନିଷପତ୍ର ଓ ଷ୍ଟେସନାରି ଆଦି ପରସ୍ପର ମଧ୍ୟରେ ଆଦାନପ୍ରଦାନକୁ ମଧ୍ୟ ଅନୁମତି ମିଳିବ ନାହିଁ।
ଅନ୍ଲାଇନ୍ କିଂବା କମ୍ପ୍ୟୁଟର୍ଭିତ୍ତିକ ପରୀକ୍ଷା ଲାଗି, ପରୀକ୍ଷା ପୂର୍ବରୁ ଓ ପରେ ଆଲ୍କ୍ହଲ୍ ୱାଇପ୍ ଯୋଗେ ସିଷ୍ଟମ୍ ବିଶୋଧନ କରାଯିବ।
Image Courtesy of India Todayପରୀକ୍ଷା ସମୟରେ କାହାର କୋଭିଡ୍-୧୯ ଲକ୍ଷଣ ଦେଖା ଦେଲେ କ’ଣ କରାଯିବ?
ଅସୁସ୍ଥ ବ୍ୟକ୍ତିଜଣକୁ ଅନ୍ୟମାନଙ୍କ ଠାରୁ ପୃଥକ୍ କରି କୌଣସି କୋଠରି ବା ଜାଗାରେ ରଖିବେ।
ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତର ଆସି ପରୀକ୍ଷା ନ କରିବା ପର୍ଯ୍ୟନ୍ତ ସେ ମାସ୍କ୍ ପିନ୍ଧି ଏକାନ୍ତରେ ରହିବେ।
ଯଦି ଲକ୍ଷଣ କ୍ରମଶଃ ଖରାପ ହୋଇ ଚାଲେ, ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନା/କ୍ଲିନିକ୍କୁ ସୂଚନା ଦିଅନ୍ତୁ କିଂବା ରାଜ୍ୟ କି, ଜିଲ୍ଲା ହେଲ୍ପ୍ଲାଇନ୍କୁ ଫୋନ୍ କରନ୍ତୁ।
ଜନସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ବାରା ରିସ୍କ ଆସେସ୍ମେଣ୍ଟ୍ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ଯଦି ସମ୍ପୃକ୍ତ ବ୍ୟକ୍ତିବିଶେଷ ପଜିଟିଭ୍ ବୋଲି ଜଣାପଡ଼ନ୍ତି, ପରୀକ୍ଷା କେନ୍ଦ୍ର ପରିସରକୁ ବିଶୋଧନ କରାଯିବ।
Follow Us