Image Courtesy of India Today
ନୂଆଦିଲ୍ଲୀ: ‘୨୦୨୧ ନିଟ୍’ ପରୀକ୍ଷା ବାତିଲ ହେବନାହିଁ ବୋଲି ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ କହିଛନ୍ତି। ‘୨୦୨୧ ସିବିଏସ୍ଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍’ ଏବଂ ଅନ୍ୟାନ୍ୟ ବୋର୍ଡ ପରୀକ୍ଷା ହେବା ନ ହେବା ପ୍ରସଙ୍ଗରେ ଆଜି େଓ୍ଵବିନର୍ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ‘ନିଶଙ୍କ’ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
ନିୟୁତ ନିୟୁତ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ‘୨୦୨୧ ନିଟ୍’ ପରୀକ୍ଷା ବାତିଲ କରାଯିବାର ଯୋଜନା ନାହିଁ ବୋଲି ଆଲୋଚନା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଦେଶ ପାଇଁ ବ୍ୟାପକ କ୍ଷତି ହେଉଥିବାରୁ ‘୨୦୨୧ ନିଟ୍’ ପରୀକ୍ଷା ବାତିଲ କରାଯାଇ ପାରିବ ନାହିଁ।
Image Courtesy of Careersଶିକ୍ଷାମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ‘ଏନ୍ଟିଏ’ ସର୍ବଦା ଅଫ୍ଲାଇନ୍ ମୋଡ୍ରେ ‘ନିଟ୍’ ପରୀକ୍ଷା କରାଇଛି। କିନ୍ତୁ, ଚାଲିଥିବା ମହାମାରୀ ଯୋଗୁଁ ଆମେ ଅନ୍ଲାଇନ୍ ମୋଡ୍ରେ ‘୨୦୨୧ ନିଟ୍’ ପରୀକ୍ଷା କରାଇବା କଥା ଆଲୋଚନା କରିବୁ।
କୋଭିଡ୍-୧୯ ମହାମାରୀ ମଧ୍ୟରେ ସଫଳତାର ସହ ପରୀକ୍ଷା ପରିଚାଳନା କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମନ୍ତ୍ରୀ ଏବଂ ସରକାରୀ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
‘ସିବିଏସ୍ଇ’ ବୋର୍ଡ ପରୀକ୍ଷା ପ୍ରସଙ୍ଗରେ ପୋଖରିୟାଲ୍ କହିଲେ ଯେ, ୨୦୨୧ ବର୍ଷ ଲାଗି ବୋର୍ଡ ୩୦% ସିଲାବସ୍ ହ୍ରାସ କରିଛି।
ଏହି ପରୀକ୍ଷା ଫେବ୍ରୁଆରି-ମାର୍ଚ ମାସରେ ହେବ କି, ବୋଲି ଜଣେ ପଚାରିବାରୁ ସେ କହିଲେ, ପରୀକ୍ଷା ତାରିଖ ଯଥେଷ୍ଟ ଆଗୁଆ ଘୋଷଣା କରାଯିବ। ତେଣୁ, ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ନିମନ୍ତେ ଯଥେଷ୍ଟ ସମୟ ପାଇବେ।
Follow Us