ମୋବାଇଲ୍‌ ଫୋନ୍‌ ପାଇଁ ମା’କୁ ହତ୍ୟା କଲା ନିଟ୍‌ ଆଶାୟୀ ପୁଅ: ଆକ୍ରମଣରେ ବାପା ଗୁରୁତର

Advertisment

ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମ‌ରେ ଜଣେ ୨୦ ବର୍ଷୀୟ ନିଟ୍‌ ଆଶାୟୀ ପୁଅ ନିଜ ବାପା ମା’ଙ୍କ ଉପରେ ନୃଶଂସ ଆକ୍ରମଣ କରିଛି। ପୁଅର ଆକ୍ରମଣରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇ ମୃତ୍ୟୁସହ ସଂଘର୍ଷ କରୁଛନ୍ତି।

ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମ‌ରେ ଜଣେ ୨୦ ବର୍ଷୀୟ ନିଟ୍‌ ଆଶାୟୀ ପୁଅ ନିଜ ବାପା ମା’ଙ୍କ ଉପରେ ନୃଶଂସ ଆକ୍ରମଣ କରିଛି। ପୁଅର ଆକ୍ରମଣରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇ ମୃତ୍ୟୁସହ ସଂଘର୍ଷ କରୁଛନ୍ତି।

dgdgcv

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମ‌ରେ ଜଣେ ୨୦ ବର୍ଷୀୟ ନିଟ୍‌ ଆଶାୟୀ ପୁଅ ନିଜ ବାପା ମା’ଙ୍କ ଉପରେ ନୃଶଂସ ଆକ୍ରମଣ କରିଛି। ପୁଅର ଆକ୍ରମଣରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇ ମୃତ୍ୟୁସହ ସଂଘର୍ଷ କରୁଛନ୍ତି।  ଏଭଳି ଜଘନ୍ୟ କାଣ୍ଡ ପଛର କାରଣ ହେଉଛି ମୋବାଇଲ୍‌ ଫୋନ୍‌। ୨୦ ବର୍ଷର ନିଟ୍‌ ଆଶାୟୀ ପୁଅର ବାପା ମା’ ଉଭୟ ସରକାରୀ ସ୍କୁଲ୍‌ ଶିକ୍ଷକ। ପୁଅ ଅତ୍ୟଧିକ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବାରୁ ଏହା ନିଟ୍‌ ପ୍ରସ୍ତୁତି ଉପ‌ରେ ପ୍ରଭାବ ପକାଇବ ବୋଲି କହି ସେମାନେ ପୁଅକୁ ତାଗିଦ କରିଥିଲେ। କିନ୍ତୁ ଏଥିରେ ରାଗିଯାଇ ସେ ବାପା ମା’ଙ୍କ ଉପରେ ଆକ୍ରମଣ କରିଛି।  ବାଲାଘାଟ ଜିଲ୍ଲାର ଏକ ଆଦିବାସୀ ପ୍ରବଣ ଅଞ୍ଚଳ ୱାରାସିଓନି‌ରେ ସୋମବାର ରାତିରେ ଏହି ଘଟଣା ଘଟିଛି।

ଅଭିଯୁକ୍ତ ସତ୍ୟମ କତରେ ନିଜ ବାପା ମା’ ପ୍ରତିଭା ଏବଂ କିଶୋର କତରେଙ୍କ ମୁଣ୍ଡକୁ ଏକ ଲୁହା ରଡ୍‌ରେ ଏକାଧିକ ଥର ଆକ୍ରମଣ କରିଥିଲା। ଏହାପରେ ସେ ସଂପର୍କୀୟଙ୍କୁ ଜଣାଇବା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ମଙ୍ଗଳବାର ରାତିରେ ପ୍ରତିଭା କତରେଙ୍କ ମୃତ୍ୟୁ ହୋଇଛି ଏବଂ କିଶୋର କତରେ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଜଣାପଡ଼ିଛି ‌ଯେ ଅଭିଯୁକ୍ତର ବାପା ମା’ ୨୦୨୪ମେ’ରେ ପୁଅକୁ କୋଟାର ଏକ ଘରୋଇ କୋଚିଂ ସେଣ୍ଟରରେ ଆଡମିସନ୍‌ କରାଇଥିଲେ। କିନ୍ତୁ ସେ ୫ ମାସ ପରେ ଘରକୁ ଫେରି ଆସିଲା। ସେ ଘରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe