Atharva Chaturvedi: ସୁପ୍ରିମକୋର୍ଟରେ ନିଜ ମାମଲା ନିଜେ ଲଢ଼ି ଚର୍ଚ୍ଚାରେ ଅଥର୍ବ ଚତୁର୍ବେଦୀ, ପୂରଣ ହେଲା ଡାକ୍ତର ହେବାର ସ୍ବପ୍ନ

Advertisment

ଅଥର୍ବ ଚତୁର୍ବେଦୀଙ୍କ କାହାଣୀ ଅଟଳ ବିଶ୍ୱାସ ଓ ଆଇନଗତ ସଂଘର୍ଷର ଏକ ଅନନ୍ୟ ଉଦାହରଣ ପାଲଟିଛି। ନିଟ୍ ପରୀକ୍ଷା ଦୁଇଥର ପାସ୍ କରିବା ପରେ ମଧ୍ୟ ଇଡବ୍ଲୁଏସ୍‌ କୋଟା ନ ପାଇବାରୁ ସେ ହାର ମାନି ନଥିଲେ।

ଅଥର୍ବ ଚତୁର୍ବେଦୀଙ୍କ କାହାଣୀ ଅଟଳ ବିଶ୍ୱାସ ଓ ଆଇନଗତ ସଂଘର୍ଷର ଏକ ଅନନ୍ୟ ଉଦାହରଣ ପାଲଟିଛି। ନିଟ୍ ପରୀକ୍ଷା ଦୁଇଥର ପାସ୍ କରିବା ପରେ ମଧ୍ୟ ଇଡବ୍ଲୁଏସ୍‌ କୋଟା ନ ପାଇବାରୁ ସେ ହାର ମାନି ନଥିଲେ।

Atharva Chaturvedi

Atharva Chaturvedi

ନୂଆଦିଲ୍ଲୀ: ଅଥର୍ବ ଚତୁର୍ବେଦୀଙ୍କ କାହାଣୀ ଅଟଳ ବିଶ୍ୱାସ ଓ ଆଇନଗତ ସଂଘର୍ଷର ଏକ ଅନନ୍ୟ ଉଦାହରଣ ପାଲଟିଛି। ନିଟ୍ ପରୀକ୍ଷା ଦୁଇଥର ପାସ୍ କରିବା ପରେ ମଧ୍ୟ ଇଡବ୍ଲୁଏସ୍‌ କୋଟା ନ ପାଇବାରୁ ସେ ହାର ମାନି ନଥିଲେ। ଓକିଲଙ୍କ ବିନା ସୁପ୍ରିମକୋର୍ଟରେ ନିଜର ଯୁକ୍ତି ନିଜେ ଉପସ୍ଥାପନ କରି, ସେ କେବଳ ବିଚାରପତିମାନଙ୍କୁ ଆଶ୍ଚର୍ଯ୍ୟ କରିନଥିଲେ ବରଂ ଡାକ୍ତର ହେବାର ସ୍ୱପ୍ନକୁ ମଧ୍ୟ ପୂରଣ କରି ପାରିଛନ୍ତି।

ମଧ୍ୟପ୍ରଦେଶର ୧୯ ବର୍ଷୀୟ ଯୁବକ ଅଥର୍ବ ଚତୁର୍ବେଦୀ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ସେ ଥରେ ନୁହେଁ, ବରଂ ଦୁଇଥର ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ୫୩୦ ପଏଣ୍ଟ ପାଇଥିଲେ। ସେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍‌ )ର ଥିଲେ। କିନ୍ତୁ, ଯେତେବେଳେ ନାମଲେଖା କଥା ଆସିଥିଲା, ସେତେବେଳେ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଇଡବ୍ଲୁଏସ୍‌ କୋଟା ନଥିବା ଦର୍ଶାଇ ତାଙ୍କୁ ପ୍ରବେଶରୁ ବଞ୍ଚିତ କରାଯାଇଥିଲା।
ପ୍ରଶାସନ ଓ କଲେଜଗୁଡ଼ିକ ଯୁକ୍ତି ଦେଇଥିଲେ ଯେ, ରାଜ୍ୟ ସରକାର ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣ ପାଇଁ ବିଜ୍ଞପ୍ତି ଜାରି କରି ନଥିବାରୁ ସେ ସୁବିଧା ପାଇପାରିବେ ନାହିଁ। ହାର ମାନିବା ପରିବର୍ତ୍ତେ, ଅଥର୍ବ ଆଇନର ଆଶ୍ରୟ ନେଇଥିଲେ। ସେ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଏକ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ

ମୋତେ କହିବାକୁ କେବଳ ୧୦ ମିନିଟ୍ ଦିଅନ୍ତୁ: ଭାଗ୍ୟ ବଦଳାଇ ଦେଇଥିବା ନିବେଦନ

ଅଥର୍ବଙ୍କର ଯାତ୍ରା ସହଜ ନଥିଲା। ପ୍ରାରମ୍ଭରେ, ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇ କହିଥିଲେ ଯେ, ତାଙ୍କର ନାମଲେଖା ଦାବି ଯଥାର୍ଥ ନୁହେଁ। ତେବେ କୋର୍ଟ ତାଙ୍କ ଯୁକ୍ତିକୁ ପ୍ରଶଂସା କରିଥିଲେ। ଜାନୁଆରି ୨୦୨୫ରେ, ଅଥର୍ବର ଆଉ ଏକ ଆବେଦନ ଦାଖଲ କରିଥିଲେ ଓ ଫେବ୍ରୁଆରିରେ ଏକ ଅନଲାଇନ୍ ଶୁଣାଣି ସମୟରେ, ସେ ଏକ ବୟାନ ଦେଇଥିଲେ ଯାହା ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଦ୍ୱାଦଶ ଶ୍ରେଣୀର ଛାତ୍ର ଜଣକ ଓକିଲଙ୍କ ବିନା ନିଜର ଯୁକ୍ତି ଉପସ୍ଥାପନ କରି କୋର୍ଟଙ୍କୁ କହିଥିଲେ, ମୋତେ କହିବାକୁ ‌କେବଳ ୧୦ ମିନିଟ୍ ଦରକାର। ବାଳକଙ୍କର ଆତ୍ମବିଶ୍ୱାସରେ ପ୍ରଭାବିତ ହୋଇ ବିଚାରପତି ସୂର୍ଯ୍ୟ କାନ୍ତ ତାଙ୍କ କଥା ଶୁଣିବାକୁ ନିଷ୍ପତ୍ତି ନେଇଥିଲେ। ଅଥର୍ବ ପ୍ରଭାବଶାଳୀ ଭାବରେ ଯୁକ୍ତି ଦେଇଥିଲେ ଯେ, ଯୋଗ୍ୟ ଛାତ୍ରଛାତ୍ରୀମାନେ ନୀତିଗତ ତ୍ରୁଟିର ପରିଣାମ ଭୋଗ କରିବା ଉଚିତ ନୁହେଁ।

ଏକ ଐତିହାସିକ ରାୟ ଦେଲେ ସୁପ୍ରିମକୋର୍ଟ

ଅଥର୍ବଙ୍କ ଯୁକ୍ତି କୋର୍ଟକୁ ବିଚାର କରିବାକୁ ପ୍ରେରଣା ଦେଇଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ, ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବାରେ ବିଳମ୍ବ କରିବା ଯୋଗୁ ନାମଲେକା ଅସ୍ୱୀକାର କରାଯାଇପାରିବ ନାହିଁ। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରି, ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

କୋର୍ଟ ନ୍ୟାସନାଲ ମେଡିକାଲ କମିସନ ଓ ମଧ୍ୟପ୍ରଦେଶ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅଥର୍ବ ଚତୁର୍ବେଦୀଙ୍କୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରୋଭିଜ୍‌ନାଲ୍‌ ଭାବେ ଏମ୍‌ବିବିଏସ୍‌ରେ ନାମଲେଖାଇବା ପାଇଁ ସୁଯୋଗ ପ୍ରଦାନ କରନ୍ତୁ। କୋର୍ଟ ରାଜ୍ୟ ସରକାରଙ୍କୁ ସାତ ଦିନ ମଧ୍ୟରେ ତାଙ୍କୁ ଏକ କଲେଜ ଆବଣ୍ଟନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପ୍ରଶାସନିକ ତ୍ରୁଟି ଯୋଗୁ ସେମାନଙ୍କ ଅଧିକାରରୁ ବଞ୍ଚିତ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶାର କିରଣ ଆଣିଛି।

ଆହୁରି ପଢ଼ନ୍ତୁ: Trump threatens Khamenei: ଶାସନ ପରିବର୍ତ୍ତନ ଇରାନ ପାଇଁ ସର୍ବୋତ୍ତମ ପଦକ୍ଷେପ ହେବ; ପୁଣି ଖେମିନିଙ୍କୁ ଧମକ ଦେଲେ ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe