ନିଟ୍‌-ଜେଇଇ ୨୦୨୦: ପରୀକ୍ଷା ସ୍ଥଗିତ ରଖିବାକୁ ୭ ରାଜ୍ୟର ମନ୍ତ୍ରୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନିଟ୍‌-ଜେଇଇ ୨୦୨୦: ପରୀକ୍ଷା ସ୍ଥଗିତ ରଖିବାକୁ ୭ ରାଜ୍ୟର ମନ୍ତ୍ରୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Times of India

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୦ରେ ହେବାକୁ ଥିବା ନିଟ୍‌ ଏବଂ ଜେଇଇ ୨୦୨୦ ପରୀକ୍ଷା ସ୍ଥଗିତ ରଖିବାକୁ ଚାହୁଁଥିବା ଭାରତର ବିଭିନ୍ନ ରାଜ୍ୟରୁ ୬ ଜଣ ମନ୍ତ୍ରୀଙ୍କ ଦ୍ବାରା ଦାଖଲ ହୋଇଥିବା ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ଚଳିତବର୍ଷ ସେପ୍ଟେମ୍ବରରେ ନିଟ୍‌ ଏବଂ ଜେଇଇ ପରୀକ୍ଷା ପାଇଁ ମଳିଥିବା ଅନୁମତିକୁ ନେଇ ପୁଣି ଥରେ ସମୀକ୍ଷା କରିବାକୁ ମନା ଦେଇଛନ୍ତି ଅଦାଲତ।

କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ପଞ୍ଜାବ ଭଳି ଅଣ-ବିଜେପି ରାଜ୍ୟର ୭ ଜଣ ମନ୍ତ୍ରୀଙ୍କ ଦ୍ବାରା ଦାଖଲ ହୋଇଥିବା ସମୀକ୍ଷା ଆବେଦନରେ ନିଟ୍‌ ଏବଂ ଜେଇଇ ୨୦୨୦ ପରୀକ୍ଷା ସ୍ଥଗିତ ରଖିବାକୁ କୁହାଯାଇଥିଲା।

publive-image Newstrack

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ କଂଗ୍ରେସ ସାଂସଦ  ରାହୁଲ ଗାନ୍ଧୀଙ୍କ ଭଳି ଶୀର୍ଷ ସ୍ତରୀୟ ନେତାମାନେ ବିଶ୍ୱସ୍ତରୀୟ ମହାମାରୀ ମଧ୍ୟରେ ଏହି ପରୀକ୍ଷା ପରିଚାଳନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପରେ ଏହି ବିତର୍କ ରାଜନୈତିକ ମୋଡ଼ ନେଇଥିଲା।

ଉଲ୍ଲେଖଯୋଗ୍ୟ,  ନିଟ୍‌-ଜେଇଇ ପରୀକ୍ଷା ଆୟୋଜନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳମାନେ ଜୋରଦାର ବିରୋଧ କରି ପଶ୍ଚିମବଙ୍ଗ, ପଂଜାବ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଭଳି ୭ଟି ରାଜ୍ୟ ମିଳିତ ଭାବେ ସୁପ୍ରିମକୋର୍ଟ‌୍‌ରେ ଜେଇଇ-ନିଟ୍‌ ପରୀକ୍ଷାକୁ ବିରୋଧ କରି ଆବେଦନ ଦାଖଲ କରିଥିଲେ। କୋଭିଡ୍‌-୧୯ ମହାମାରୀ ସମୟରେ ନିଟ୍‌-ଜେଇଇ ପରୀକ୍ଷା ଆୟୋଜନ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଏହି ରାଜ୍ୟମାନେ ଦର୍ଶାଇଥିଲେ। ଏସବୁ ରାଜ୍ୟଗୁଡ଼ିକର କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଥିଲା ଯେ, ସେମାନେ ନିଜ ନିଜ ରାଜ୍ୟରେ ପରୀକ୍ଷା ଆୟୋଜନ ସଂକ୍ରାନ୍ତ ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ପରୀକ୍ଷା ପାଇଁ ଏବେ ପରିସ୍ଥିତି ଆଦୌ ନିରାପଦ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe