ନିଟ୍‌-ପିଜି ସିଟ୍‌ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ

Advertisment
ନିଟ୍‌-ପିଜି ସିଟ୍‌ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ

Live Law

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ନିଟ୍‌-ପିଜି ସିଟ୍‌ ପୂରଣ କରିବା‌ ମାମଲାରେ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ସ୍ବତନ୍ତ୍ର ପର୍ଯ୍ୟାୟ ମାଧ୍ୟମରେ ଖାଲି ସିଟ୍‌ଗୁଡ଼ିକ‌ୁ ପୂରଣ କରିବା ପାଇଁ ସାତ ଜଣ ଡାକ୍ତର ଆବେଦନ କରିଥିବା ବେଳେ ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ ବୋଲି କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସିଟ୍‌ ଆବେଦନ ପାଇଁ ଯେଉଁ ସଫ୍ଟୱେରର ସାହାଯ୍ୟ ନିଆଯାଉଥିଲା ତାହାକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି ବୋଲି ଏମସିସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏକସଙ୍ଗରେ ୧୪୫୬ ସିଟ୍‌ ପୂରଣ କରିବା‌ ଏବଂ ଚୟନ ପ୍ରକ୍ରିୟା ଆୟୋଜନ କରିବା ସମ୍ଭବପର ନୁହେଁ। ପ୍ରଥମରୁ ବିଳମ୍ବ ହୋଇ ସାରିଥିବା ବେଳେ ଏହାଦ୍ବାରା ଚଳିତ ଶିକ୍ଷାବର୍ଷ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ପୂର୍ବ ଚୟନ ପ୍ରକ୍ରିୟାରେ ୮୦୦-୯୦୦ ଆଶାୟୀ ଛାତ୍ରଙ୍କୁ ସିଟ୍‌ ବଣ୍ଟନ କରାଯାଇଥିଲା, ମାତ୍ର ସେମାନେ ସମୟ ମୁତାବକ ଆଡମିସନ ନେଇ ନଥିବା ଏମସିସି କହିଛି। ବେସରକାରୀ କଲେଜରେ ମେଡିକାଲ ପାଠ୍ୟକ୍ରମ ମହଙ୍ଗା ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ମଧ୍ୟ ଆଡମିସନ କରିନାହାନ୍ତି। ୨୦୨୧ ଶିକ୍ଷାବର୍ଷର ପାଠପଢ଼ା ଫେବୃଆରିରୁ ଆରମ୍ଭ ହୋଇସାରିଥିବା ବେଳେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏହା କଷ୍ଟସାଧ୍ୟ ହେବ। ଉଭୟ ପକ୍ଷର ଯୁକ୍ତି ଶୁଣି ଜଷ୍ଟିସ୍‌ ଏମ.ଆର ଶାହ ଏବଂ ଜଷ୍ଟିସ୍‌ ଅନିରୁଦ୍ଧ ବୋଷଙ୍କ ମିଳିତ ଖଣ୍ଡପୀଠ ପାଠପଢ଼ା ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe