ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Advertisment
ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନିଟ୍‌ ପରୀକ୍ଷାରେ ପେପର୍‌ ଲିକ୍‌ ଅଭିଯୋଗ ଏବଂ ଅନ୍ୟାନ୍ୟ ଅନିୟମିତତା ଉପରେ ତୀବ୍ର ବିବାଦ ସତ୍ତ୍ୱେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏହାର ରାୟ ଘୋଷଣା କରିଛନ୍ତି। ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଶୁକ୍ରବାର ନିଟ୍ ପେପର ଲିକ୍ ମାମଲାରେ ଅଦାଲତ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ସବୁ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଏହା ଏକ ସିଷ୍ଟୋମେଟିକ୍ ବିଫଳତା ନୁହେଁ । ପେପର ଲିକ୍ କେବଳ ହଜାରୀବାଗ ଓ ପାଟଣା ଅଞ୍ଚଳରେ ସୀମିତ ଥିଲା ।

ଏଥିସହ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଢାଞ୍ଚାଗତ ଦୁର୍ବଳତା ଉପରେ ଧ୍ୟାନ ଦେଇଛୁ । ଏଥିସହ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପରିଚୟ ସୁନିଶ୍ଚିତ କରିବା, ପେପର ଲିକ୍ ରୋକିବାକୁ ସୁଚିନ୍ତିତ ଏସଓପି ପ୍ରସ୍ତୁତ କରିବାକୁ ସରକାର ଓ ଏନଟିଏର ଦାୟିତ୍ୱ । ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ରାୟ ବିରୋଧରେ କେହି ଅଭିଯୋଗ କରିବାକୁ ଚାହୁଁଥିଲେ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି ।

ଶୁଣାଣି ସମୟରେ କୋର୍ଟ ଏନଟିଏକୁ ପରୀକ୍ଷା କରିବାର ଆଦବ-କାଇଦା ବଦଳାଇବାକୁ କହିଛନ୍ତି । ଖାସ୍ କରି ପ୍ରଶ୍ନପତ୍ର ପ୍ରସ୍ତୁତ ହେବା ପରଠାରୁ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ କଡା ସୁରକ୍ଷା ଭିତରେ ରଖିବାକୁ କୋର୍ଟ କହିଛନ୍ତି । ଏଥିସହ ପ୍ରଶ୍ନପତ୍ରକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପଠାଇବାକୁ ହେଲେ, ଖୋଲା ରିକ୍ସା ବଦଳରେ ବନ୍ଦ ଥିବା ଗାଡିର ବ୍ୟବହାର କରିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe