୨୦୨୧ରେ କେବଳ ଥରେ ହେବ ନିଟ୍ ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ

Advertisment
୨୦୨୧ରେ କେବଳ ଥରେ ହେବ ନିଟ୍ ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ

DNA India

ନୂଆଦିଲ୍ଲୀ: ଚଳିତ ବର୍ଷ କେବଳ ଥରେ ହେବ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ପରୀକ୍ଷା। ପରୀକ୍ଷାର୍ଥୀମା‌ନେ କେବଳ ଥରେ ହିଁ ନିଟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ ଲୋକସଭାରେ ଘୋଷଣା କରିଛନ୍ତି। ଦେଶର କିଛି ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଦୁଇ ଥର କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଦୁଇଥର କରିବା ପାଇଁ ଅନୁମତି ଦେଇନାହାନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ଲୋକସଭାକୁ ଦେଇଥିବା ଲିଖିତ ଉତ୍ତରରେ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ୨୦୨୧ମସିହାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ପରାମର୍ଶ କ୍ରମେ ଏନଇଟିଏ (ୟୁଜି) କେବଳ ଗୋଟିଏ ଥର ଏନଟିଏ ଦ୍ୱାରା ପରିଚାଳିତ ହେବ। ପରୀକ୍ଷା ସମୟରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରାଯିବ।

publive-image Business Standard

ମେଡ଼ିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅଗଷ୍ଟ ପହିଲାରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ଅନୁଷ୍ଠିତ ହେବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାଷାରେ ‘ପେନ୍‌ ଓ ପେପର୍‌ ମୋଡ୍‌’ରେ ଏହି ପରୀକ୍ଷା ହେବ। ଦେଶରେ ଥିବା ଅନୁମୋଦିତ/ସ୍ୱୀକୃତ ଡାକ୍ତରୀ/ଦନ୍ତସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମେଡ଼ିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ଲାଗି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏହି ପରୀକ୍ଷା ପରିଚାଳନା କରିବ। ଆବେଦନ ପ୍ରକ୍ରିୟା ଆରମ୍ଭ ହେଲେ ପରୀକ୍ଷା, ପାଠ୍ୟଖସଡ଼ା, ବୟସଗତ ଯୋଗ୍ୟତା, ସଂରକ୍ଷଣ, ସିଟ୍‌ ବର୍ଗୀକରଣ, ପରୀକ୍ଷା ଶୁଳ୍କ, ପରୀକ୍ଷା ହେବାକୁ ଥିବା ସହର, ରାଜ୍ୟ କୋଡ୍‌ ଓ ଅନ୍ୟାନ୍ୟ ସୂଚନା https://ntaneet.nic.in ରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe