କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୨ରୁ ରାଜସ୍ଥାନର ୮ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ,

୬ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନେଗେଟିଭ କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ କଲେ ସରକାର

କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୨ରୁ ରାଜସ୍ଥାନର ୮ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ,

indiatoday

ଜୟପୁର: ଚିନ୍ତା ବଢ଼ାଇଲାଣି କରୋନା। ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଏବେ ନାଇଟ କର୍ଫ୍ୟୁ ଲାଗୁ କରିଛି ରାଜସ୍ଥାନ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର ୮ଟି ଜିଲ୍ଲା(ଜୟପୁର, ଯୋଧପୁର, କୋଟା, ଅଜମେର, ଉଦୟପୁର, ଭିଲୱାରା, ସାଗୱାରା ଏବଂ କୁଶଲଗଡ)ରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ମାର୍ଚ୍ଚ ୨୨ରୁ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହା ସହ ୬ଟି ରାଜ୍ୟ; କେରଳ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ହରିୟାଣାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନେଗେଟିଭ କରୋନା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

Planning to celebrate New Year? Check for night curfew, ban on gathering  rules in your state Mint

ମାର୍ଚ୍ଚ ୨୫ତାରିଖରୁ ଉପରୋକ୍ତ ରାଜ୍ୟଗୁଡ଼ିକରୁ ଯଦି କେହି ରାଜସ୍ଥାନକୁ ଆସୁଛି, ତେବେ ତାକୁ ୭୨ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ନେଗେଟିଭ ଆରଟିପିସିଆର ରିପୋର୍ଟ ଦେଖାଇବାକୁ ପଡ଼ିବ ବୋଲି ଗେହଲଟ୍ ସରକାର ରବିବାର ଘୋଷଣା କରିଛନ୍ତି। ରାଜ୍ୟ ସରକାର ଆହୁରି କହିଛନ୍ତି ଯେ, ନେଗେଟିଭ ରିପୋର୍ଟ ବିନା ଆସୁଥିବା ଯାତ୍ରୀଙ୍କୁ ୧୫ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିବ। ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କର ବସ୍ ଷ୍ଟାଣ୍ଡ, ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ମଧ୍ୟ କରୋନା ପରୀକ୍ଷା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe