କିଛି ଯାତ୍ରୀଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ

କିଛି ଯାତ୍ରୀଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ

CNBC

ନୂଆଦିଲ୍ଲୀ : ଚୀନ, ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଗ୍ରିସ, ଇଟାଲି ଆଦି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଭାରତ ସରକାର ଏଥିପାଇଁ ସତର୍କ ହେବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ କେତେକ ଦେଶରୁ ଭାରତକୁ ବିମାନରେ ଆସୁଥିବା ଯାତ୍ରୀଙ୍କୁ କୋଭିଡ-୧୯ ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯିବ ବୋଲି ଜଣାପଡ଼ିଛି। ଏକ ଟିଭି ଚାନେଲକୁ ସାକ୍ଷାତକାର ଦେବା ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସୂଚନା ଦେଇଛନ୍ତି।

ଆସନ୍ତା ସପ୍ତାହରୁ ନୂଆ ନିୟମକୁ କାର୍ଯ୍ୟକାରୀ କରାଯାଇପାରେ। ତେଣୁ ଯେଉଁସବୁ ଦେଶରେ କରୋନା ସଂକ୍ରମଣ ଅଧିକ ରହିଛି ସେଠାରୁ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ କୋଭିଡ-୧୯ ଆରଟି-ପିସିଆର ରିପୋର୍ଟ ଅପଲୋଡ଼ କରିବାକୁ ହେବ ଏବଂ ତାହାପରେ ସେମାନେ ଭାରତ ଆସିବେ। ସରକାରୀ ୱେବସାଇଟରେ ରିପୋର୍ଟ ଅପଲୋଡ କରିବା ସହିତ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe