ଦାୟିତ୍ବରେ ଅବହେଳା ଗ୍ରହଣୀୟ ନୁହେଁ: ରାହୁଲ

Advertisment

ରଥଯାତ୍ରା‌ ଦଳାଚକଟା ଘଟଣା‌ରେ ଦୁଃଖପ୍ରକାଶ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ‘ଏକ୍ସ’ରେ ସେ ଦର୍ଶାଇଛନ୍ତି, ଏପରି ଦୁଃଖଦ ଘଟଣା ଏକ ଚେତାବନୀ ସଦୃଶ।

ରଥଯାତ୍ରା‌ ଦଳାଚକଟା ଘଟଣା‌ରେ ଦୁଃଖପ୍ରକାଶ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ‘ଏକ୍ସ’ରେ ସେ ଦର୍ଶାଇଛନ୍ତି, ଏପରି ଦୁଃଖଦ ଘଟଣା ଏକ ଚେତାବନୀ ସଦୃଶ।

Rahul

ଭୁବନେଶ୍ବର: ରଥଯାତ୍ରା‌ ଦଳାଚକଟା ଘଟଣା‌ରେ ଦୁଃଖପ୍ରକାଶ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ‘ଏକ୍ସ’ରେ ସେ ଦର୍ଶାଇଛନ୍ତି, ଏପରି ଦୁଃଖଦ ଘଟଣା ଏକ ଚେତାବନୀ ସଦୃଶ। ଏତେ ବଡ଼ ଆୟୋଜନରେ ସୁରକ୍ଷା ପ୍ରସ୍ତୁତି ଓ ଭିଡ଼ ପରିଚାଳନାକୁ ଗୁରୁତ୍ବର ସହ ସମୀକ୍ଷା କରିବାର ଆବଶ୍ୟକ ଥିଲା।

ଜୀବନ ରକ୍ଷା ସବୁଠାରୁ ଅଧିକ ପ୍ରାଥମିକତା। ଏହି ଦାୟିତ୍ବରେ ଅବହେଳା ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଶା ସରକାର ରିଲିଫ୍‌ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ‌ ସେ ନିବେଦନ କରିବା ସହ କଂଗ୍ରେସ କର୍ମୀଙ୍କୁ ସମସ୍ତ ପ୍ରକାର ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସେ ସମବେଦନା ଜଣାଇଛନ୍ତି। ସେହିପରି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏହି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe