ରୁଷ୍‌ ସହ ବୁଝାମଣା ପ୍ରକ୍ରିୟା ଅତି ଜଟିଳ: ୟୁକ୍ରେନ୍‌

ରୁଷ୍‌ ସହ ବୁଝାମଣା ପ୍ରକ୍ରିୟା ଅତି ଜଟିଳ: ୟୁକ୍ରେନ୍‌

Image Courtesy of NDTV

କିବ୍‌: ରୁଷୀୟ ଆକ୍ରମଣର ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ଶୁକ୍ରବାର ଦିନ ୟୁକ୍ରେନ୍‌ କହିଛି ଯେ, ମସ୍କୋ ସହିତ ବୁଝାମଣା ଆଲୋଚନା କରିବା ଅତି କଷ୍ଟକର ବ୍ୟାପାର କିନ୍ତୁ, ଆମେ ତାଙ୍କ ଦାବି ଆଗରେ ନତମସ୍ତକ ହେବୁନାହିଁ।

ଏ ପ୍ରସଙ୍ଗରେ ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି, ବୁଝାମଣା ପ୍ରକ୍ରିୟା ଅତି ଜଟିଳ। ୟୁକ୍ରେନୀୟ ପ୍ରତିନିଧି ଦଳ ଦୃଢ଼ମନା ରହି ନିଜ ଦାବି ପରିତ୍ୟାଗ କରୁନାହାନ୍ତି। ସର୍ବୋପରେ ଆମେ ଅସ୍ତ୍ରବିରତି, ନିରାପତ୍ତା ଗ୍ୟାରେଣ୍ଟି ଏବଂ ୟୁକ୍ରେନ୍‌ର ଅଖଣ୍ଡତା ଉପରେ ଗୁରୁତ୍ବ ଦେଉଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ପକ୍ଷର ରାଜିନାମାରେ ଥିବା ସର୍ତ୍ତାବଳୀଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ପାରୁନାହିଁ। ବିଶେଷ କରି ଆମର ଦାବି ରହିଛି, ୟୁକ୍ରେନ୍‌ର ରାଷ୍ଟ୍ର ଭାଷା ‘ୟୁକ୍ରେନୀୟ ଭାଷା’ ହିଁ ରହିବ। ଅନ୍ୟ ଭାଷା ନୁହେଁ।

publive-image Image Courtesy of NDTV

ଶୁକ୍ରବାର ଭାଷା ସମେତ ରାଜିନାମାରେ ଥିବା ୪ଟି ପ୍ରମୁଖ ଦାବି ବିଷୟରେ କିବ୍ ଓ ମସ୍କୋ ସହମତି ପ୍ରକାଶ କରୁଥିବା ପରି ମନେହେଉଛି ବୋଲି ଦିନ ତୁର୍କୀ ନେତା ରିସେପ୍‌ ତାଇପି ଏର୍ଡୋଗାନ୍‌ କହିବା ପରେ କୁଲେବା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

କୁଲେବା କହିଛନ୍ତି, ରାଜନୈତିକ ଏବଂ ମାନବୀୟ ସହାୟତା ତଥା ୟୁକ୍ରେନ୍‌ ବିରୋଧରେ ରୁଷ୍‌ ଆକ୍ରମଣର ଅବସାନ ଘଟାଇବାକୁ କୂଟନୈତିକ ଉଦ୍ୟମ ନିମନ୍ତେ ୟୁକ୍ରେନ୍‌ ତୁର୍କୀ ପ୍ରତି କୃତଜ୍ଞ। କିନ୍ତୁ, ଏର୍ଡୋଗାନ୍‌ କହିଥିବା କଥା ସତ୍ୟନୁହେଁ।

ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ମସ୍କୋ ଦାବି କରିଆସୁଛି ଯେ, ୟୁକ୍ରେନ୍‌ରେ ବସବାସ କରୁଥିବା ରୁଷୀୟ ଭା‌ଷାଭାଷୀମାନେ ବିଦ୍ବେଶର ସରବ୍ୟ ହେଉଛନ୍ତି। ଏହା ମଧ୍ୟ ୟୁକ୍ରେନ୍‌ ଆକ୍ରମଣର ଅନ୍ୟତମ ପ୍ରମୁଖ କାରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe