ଅନଲାଇନ୍ ବେଟିଂ ଆପ୍ସର ପ୍ରଚାର ନେଇ ସେଲିବ୍ରିଟି-ଖେଳାଳିଙ୍କୁ ସମାଲୋଚନା କଲେ ନେହା

Advertisment

ଭୋଜପୁରୀ ଲୋକ ଗାୟିକା ନେହା ସିଂହ ରାଠୋର ପ୍ରାୟତଃ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଖବରରେ ଥାଆନ୍ତି। ଏହି ଗାୟିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରାୟତଃ ସରକାରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦିଅନ୍ତି...

ଭୋଜପୁରୀ ଲୋକ ଗାୟିକା ନେହା ସିଂହ ରାଠୋର ପ୍ରାୟତଃ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଖବରରେ ଥାଆନ୍ତି। ଏହି ଗାୟିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରାୟତଃ ସରକାରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦିଅନ୍ତି...

Neha criticizes celebrity-sportspersons for promoting online betting apps

Neha criticizes celebrity-sportspersons for promoting online betting apps Photograph: (sambad.in)

ମୁମ୍ବାଇ: ଭୋଜପୁରୀ ଲୋକ ଗାୟିକା ନେହା ସିଂହ ରାଠୋଡ୍ ପୁଣିଥରେ ତାଙ୍କର ତୀକ୍ଷ୍ଣ ଏବଂ ସ୍ପଷ୍ଟ ବୟାନ ପାଇଁ ଖବରର ଶିରୋନାମାରେ ଅଛନ୍ତି। ଏଥର ସେ ଦେଶର ଲୋକପ୍ରିୟ ଖେଳାଳି ଏବଂ ଫିଲ୍ମ ତାରକାମାନଙ୍କୁ ଟାର୍ଗେଟ କରିଛନ୍ତି, ଯେଉଁମାନେ ଅନଲାଇନ୍ ବେଟିଂ ଆପ୍ସର ପ୍ରଚାର କରୁଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଦେଶର ଯୁବପିଢ଼ିଙ୍କୁ ବିନାଶ ଆଡ଼କୁ ଠେଲିଦେବା ପାଇଁ କ୍ରୀଡ଼ାବିତ ଏବଂ ଅଭିନେତାମାନଙ୍କୁ ଦାୟୀ କରିଛନ୍ତି।

ନେହା ତାଙ୍କ ପୋଷ୍ଟରେ ଏକ ଖବରକାଗଜର କଟିଙ୍ଗ ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, କ୍ରିକେଟର ଭଗବାନ ମଧ୍ୟ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରୁଛନ୍ତି। ୩୦ କୋଟି ଯୁବବର୍ଗ ସେମାନଙ୍କ ଜାଲରେ ଫସି ଯାଇଛନ୍ତି। ୧,୦୦୦ ଜଣ ନିଜ ଜୀବନ ମଧ୍ୟ ନେଇଛନ୍ତି। ଏନେଇ ଆଇନ ତିଆରି ହେବା ଉଚିତ୍ ବୋଲି ସେ କହିଛନ୍ତି।

ଏହି ଖବରକୁ ଆଧାର କରି, ନେହା ସିଂହ ରାଠୋର ଏକ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଏଥି ପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର କଣ କରୁଛନ୍ତି? ସରକାରଙ୍କର କ’ଣ ଏଥିରୁ କେବଳ ଲାଭ ପାଇବା କାମ? ଖେଳାଳି ହୁଅନ୍ତୁ କିମ୍ବା ଅଭିନେତା, ଦେଶର ଲୋକେ ଅଦରକାରୀ ଲୋକଙ୍କୁ ନିଜର ଭଗବାନ କରିଛନ୍ତି।


ନେହାଙ୍କ ଏହି ବକ୍ତବ୍ୟ ସ୍ପଷ୍ଟ ଭାବରେ ସେହି ସେଲିବ୍ରିଟିମାନଙ୍କୁ ସମାଲୋଚନା କରିଛି ଯେଉଁମାନେ ବିପୁଳ ପରିମାଣର ଟଙ୍କା ବିନିମୟରେ ବେଟିଂ ଏବଂ ଗେମିଂ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଦେଖାଯାଇଛି ଯେ, ଅନେକ ବଡ଼ କ୍ରିକେଟର ଏବଂ ବଲିଉଡ ଷ୍ଟାର ସଟ୍ଟା ଏବଂ ରମି ଭଳି ଖେଳର ବିଜ୍ଞାପନରେ ଦେଖାଯାଇଛନ୍ତି, ଯାହା ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି।

ନେହା ସିଂହ ରାଠୋରଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଅନେକ ଲୋକ ତାଙ୍କ ସମର୍ଥନରେ କହୁଥିବା ବେଳେ, କିଛି  ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି, ତାଙ୍କୁ "ସାର୍ବଜନୀନଙ୍କୁ ଉସୁକାଉଥିବା ବ୍ୟକ୍ତି" ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ଅନୁଷ୍କା-ତେଜ ପ୍ରତାପଙ୍କ ୧୨ ବର୍ଷର ସମ୍ପର୍କ: ବିବାହ ପାଇଁ ବାଧା ସାଜିଛି ଆଇପିସିର ଧାରା ୪୯୪

ଏପରି ସ୍ପଷ୍ଟ ବକ୍ତବ୍ୟ ପାଇଁ ପ୍ରସିଦ୍ଧ ନେହା ପୂର୍ବରୁ ସରକାରୀ ଏବଂ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି।  ଚାଷୀ ଆନ୍ଦୋଳନ ହେଉ କିମ୍ବା ବେକାରୀ ସମସ୍ୟା, ନେହା ପ୍ରତ୍ୟେକ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ନେହାଙ୍କ ଏହି ପୋଷ୍ଟ ପୁଣିଥରେ ପ୍ରମାଣିତ କରୁଛି ଯେ, ସେ କେବଳ ଜଣେ ଗାୟିକା ନୁହଁନ୍ତି ବରଂ ଜଣେ ସାମାଜିକ ଚିନ୍ତାଧାରା ରଖିଥିବା ବ୍ୟକ୍ତି ୟଯିଏ କ୍ଷମତା ଏବଂ ବ୍ୟବସ୍ଥାକୁ ପ୍ରଶ୍ନ ପଚାରିବାକୁ ଭୟ କରନ୍ତି ନାହିଁ।

ଅଧିକ ପଢ଼ନ୍ତୁ: କୋଚି ନିକଟରେ ସୁମୁଦ୍ରରେ ବୁଡ଼ିଗଲା ବିଦେଶୀ ଜାହାଜ

neha-singh-rathore 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe