Advertisment

କଲେଜ ପରିସରରେ ଝିଅକୁ ହତ୍ୟା କରାଯିବା ପରେ ସରକାରଙ୍କ ବିରୋଧରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିଲେ ବାପା

Advertisment
କଲେଜ ପରିସରରେ ଝିଅକୁ ହତ୍ୟା କରାଯିବା ପରେ ସରକାରଙ୍କ ବିରୋଧରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିଲେ ବାପା

ବେଙ୍ଗାଲୁରୁ: କର୍ଣ୍ଣାଟକର ନେହା ହିରେମାଥ ହତ୍ୟାମାମଲା ଏକ ନୂଆମ‌ୋଡ ନେଇଛି। କଲେଜ ପରିସରରେ ଝିଅକୁ ହତ୍ୟା କରିବା ଘଟଣାକୁ କେନ୍ଦ୍ର କରି ସରକାରଙ୍କ ବିରୋଧରେ ଦେଇଥିବା ବିବୃତ୍ତି ପାଇଁ କର୍ଣ୍ଣାଟକ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରେମାଥ ସରକାରଙ୍କ  ନିକଟ‌ରେ କ୍ଷମା ମାଗିଛନ୍ତି।

ହୁବଳି-ଧାରୱାଡ ମ୍ୟୁନିସିପାଲିଟି କର୍ପୋରେସନର କଂଗ୍ରେସ କର୍ପୋରେଟ ନିରଂଜନ ହିରେମାଥ ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ମୋ ଝିଅର ହତ୍ୟାକାରୀ ପାଇଁ ଏନକାଉଣ୍ଟର କିମ୍ବା ଫାଶୀ ଏକମାତ୍ର ବିକଳ୍ପ ଦୁହେଁ। ମୁଁ ନେହାକୁ ତାର କବର ଉପରେ ପ୍ରତିଶୃତି ଦେଇଛି ଯେ ମୁଁ ହାରିବି ନାହିଁ ।ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ଦେବି।

ମୋ  ଝିଅ ନେହାକୁ ଲଭ ଜିହାଦ କାରଣରୁ ହତ୍ୟା କରାଯାଇଛି। ଏଭଳି ଘଟଣା ଲଭ ଜିହାଦ ନୁହେଁ ତ ଆଉ କ’ଣ। ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।’

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଫାୟାଜ ନେହାଙ୍କୁ ଅନେକ ଥର ଛୁରୀରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପଚରାଉଚରା ବେଳେ ଫାୟାଜ ଦାବି କରିଥିଲା ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କିନ୍ତୁ ନେହା କିଛି ଦିନ ହେବ  ତାକୁ ଅଣଦେଖା କରୁଥିଲେ। ଏହି ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଥିଲା।

ନେହା ହିରେମାଥଙ୍କ ପୋଷ୍ଟମର୍ଟମ ରିପୋର୍ଟ ବି ଆସିଛି ଯାଇଛି। ଯେଉଁଥିରେ ଫାୟାଜ ତାଙ୍କୁ ମାତ୍ର ୩୦ସେକେଣ୍ଡରେ ୧୩ ଥର ଛୁରୀ ଭୁସି ଥିବ‌ା ଜଣାପଡ଼ିଛି। ଅର୍ଥାତ୍ ଅଭିଯୁକ୍ତ ପ୍ରତି ୨ ସେକେଣ୍ଡରେ ଥରେ ଛୁରୀରେ ନେହାଙ୍କୁ ଆକ୍ରମଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe