ନେହେରୁଙ୍କ ଆନନ୍ଦ ଭବନକୁ ୪. ୩୫ କୋଟି ଟଙ୍କାର ଟିକସ ନୋଟିସ

Advertisment
ନେହେରୁଙ୍କ ଆନନ୍ଦ ଭବନକୁ ୪. ୩୫ କୋଟି ଟଙ୍କାର ଟିକସ ନୋଟିସ

Image Soruce: Hindustan Times

ପ୍ରୟାଗରାଜ: ଗୃହଟିକସ ବାବଦକୁ ୪. ୩୫ କୋଟି ଟଙ୍କା ଦାଖଲ କରିବାକୁ ପ୍ରୟାଗରାଜ ମୁନିସପାଲ କର୍ପୋରେସନ ଆନନ୍ଦ ଭବନ, ସ୍ୱରାଜ ଭବନ ଏବଂ ଜବାହର ପ୍ଲାନେଟେରିୟମ୍‌କୁ ନୋଟିସ ଦେଇଛି।

ଆନନ୍ଦ ଭବନ ଓ ସ୍ୱରାଜ ଭବନ ନେହେରୁ ପରିବାରଙ୍କର ଘର ହୋଇଥିଲା। ସମ୍ପ୍ରତି ସ୍ୱରାଜ ଭବନ ନେହେରୁ ପରିବାର ସମ୍ବନ୍ଧୀୟ ସ୍ମାରକୀଗୁଡ଼ିକର ଯାଦୁଘର ଭାବେ ବ୍ୟବହାର ହେଉଛି। ଭାରତର ସ୍ୱାଧିନତା ସଂଗ୍ରାମ ଅମଳର ବିଭିନ୍ନ ହସ୍ତଶିଳ୍ପ ଓ ଜିନିଷପତ୍ର ରଖାଯାଇ ଆନନ୍ଦ ଭବନକୁ ମଧ୍ୟ ଯାଦୁଘର କରାଯାଇଛି। ଜବାହରଲାଲ୍‌ ନେହେରୁ ମେମୋରିଆଲ୍‌ ଫଣ୍ଡ ଏହି ତିନୋଟି ଅଟ୍ଟାଳିକା ପରିଚାଳିତ ହେଉଛି। ଏବେ ଏହି ଦାତବ୍ୟ ଅନୁଷ୍ଠାନ ମୁଖ୍ୟ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

publive-image Image Source: Times of Inida

ପିଏମ୍‌ସି ଅଧିକାରୀଙ୍କ କହିବା ଅନୁସାରେ, ଆନନ୍ଦ ଭବନ ଏବଂ ଏହାକୁ ଲାଗି କରିଥିବା କୋଠାବାଡ଼ିଗୁଡ଼ିକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରଯାଉଥିବାରୁ ବର୍ଦ୍ଧିତ ଗୃହ ଟିକସ ଦେବା କଥା। ଏହାକୁ ଭିତ୍ତିକରି ନୋଟିସ୍‌ ଦିଆଯାଇଛି।

ମେୟର୍‌ ଅଭିଲାଷା ଗୁପ୍ତ ‘ନନ୍ଦି’ କହିଛନ୍ତି: ନୂଆଦିଲ୍ଲୀସ୍ଥିତ ଜବାହରଲାଲ୍‌ ନେହେରୁ ମେମୋରିଆଲ୍‌ ଫଣ୍ଡ୍‌ରୁ ଆସିଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଐତିହ୍ୟ ଅଟ୍ଟାଳିକା ହୋଇଥିବାରୁ ଆନନ୍ଦ ଭବନ ଉପରେ ଲାଗୁ ହୋଇଥିବା ବାଣିଜ୍ୟିକ ଟିକସର ସମୀକ୍ଷା କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe