କୁନିପୁଅର ନାଁ ଆଡ୍‌ଲଫ୍‌ ହିଟ୍‌ଲର୍‌ ଦେଇ ଇଂଲଣ୍ଡ୍‌ରେ ଜେଲ୍‌ ଗଲେ ନିଓ-ନାଜି ଦମ୍ପତି

Advertisment
କୁନିପୁଅର ନାଁ ଆଡ୍‌ଲଫ୍‌ ହିଟ୍‌ଲର୍‌ ଦେଇ ଇଂଲଣ୍ଡ୍‌ରେ ଜେଲ୍‌ ଗଲେ ନିଓ-ନାଜି ଦମ୍ପତି

ଲଣ୍ଡନ: ଆତଙ୍କ-ନିରୋଧୀ ଆଇନ୍‌ ଦ୍ୱାରା ବେଆଇନ୍‌ ଘୋଷିତ ଦଳର ସଦସ୍ୟ ଥିବା ଏକ ନିଓ-ନାଜି ଦମ୍ପତି ସେମାନଙ୍କ କୁନିପୁଅର ନାଁ ଆଡ୍‌ଲଫ୍‌ ହିଟ୍‌ଲର୍‌ ଦେଇଥିବା କାରଣରୁ ମଙ୍ଗଳବାର ଦିନ ବ୍ରିଟିସ୍‌ ଅଦାଲତ ଦ୍ୱାରା ଦଣ୍ଡିତ ହୋଇଛନ୍ତି।

ବର୍ମିଙ୍ଗ୍‌ହାମ୍‌ କ୍ରାଉନ୍‌ କୋର୍ଟରେ ବିଚାରପତି ମେଲ୍‌ବର୍ଣ୍ଣ ଇନ୍‌ମ୍ୟାନ୍‌ ସ୍ୱାମୀ ଅଦାମ୍‌ ଟୋମାସ୍‌ଙ୍କୁ ୬ ବର୍ଷ ଏବଂ ତାଙ୍କ ପର୍ତ୍ତୁଗିଜୀୟ ସାଥୀ କ୍ଲାଉଡିଆ ପଟାଟାସ୍‌ଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି।

ଦଣ୍ଡିତ ହୋଇଥିବା ୨୦୧୬ରେ ଆତଙ୍କ-ନିରୋଧୀ ଆଇନ ଦ୍ୱାରା ନିଷିଦ୍ଧ ‘ନେସ୍‌ନାଲ୍‌ ଆକ୍‌ସନ୍‌’ର ୬ ଜଣ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ୨୨ ବର୍ଷିୟ ଟୋମାସ୍‌ ଏବଂ ୩୮ ବର୍ଷୀୟ ପଟାଟାସ୍‌।

ରାୟରେ ଇନ୍‌ମ୍ୟାନ୍‌ କହିଛନ୍ତି: ସଂଗଠନର ଲକ୍ଷଗୁଡ଼ିକ ଥିଲା ‘ଭୟାବହ’। ସାଂଘାତିକ ହିଂସା ଓ ନରସଂହାର ଦ୍ୱାରା ଏ ଦେଶରୁ ଗଣତନ୍ତ୍ର ହଟାଇ ନାଜି ଶୈଳୀର ସରକାର ପ୍ରବର୍ତ୍ତନ କରିବାକୁ ନେସ୍‌ନାଲ୍‌ ଆକ୍‌ସନ୍‌ ଚାହୁଁଛି।

ଦମ୍ପତି ଦେଇଥିବା ପିଲାର ନାମ ‘ଆଡ୍‌ଲଫ୍‌’ଙ୍କର ଥିଲା ବର୍ଣ୍ଣବୈଷମ୍ୟବାଦର ଦୀର୍ଘ ଇତିହାସ।

ସେମାନଙ୍କ ଘରୁ ଜବତ ହୋଇଥିବା ଫଟୋଚିତ୍ରରେ ଦେଖାଯାଉଛି ‘କୁ କ୍ଲୁକ୍‌ସ୍‌ କ୍ଲାନ୍‌’ ଧଳା ରୋବ୍‌ ପରିହିତ ପୁଅକୁ ଟୋମାସ୍‌ କ୍ରେଡଲ୍‌ରେ ଧରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe