ବିମାନ ଦୁର୍ଘଟଣାସ୍ଥଳୀ ଚିହ୍ନଟ କଲା ନେପାଳ ସେନା; ଉଦ୍ଧାର କାର୍ଯ୍ୟ ଜାରି

Advertisment
ବିମାନ ଦୁର୍ଘଟଣାସ୍ଥଳୀ ଚିହ୍ନଟ କଲା ନେପାଳ ସେନା; ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଆଜି ନେପାଳ ସେନା ରବିବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେପାଳୀ ଘରୋଇ ଏୟାର୍‌ଲାଇନ୍‌ସ୍‌ର ଦୁର୍ଘଟଣାସ୍ଥଳୀ ଚିହ୍ନଟ କରିଛି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ନେପାଳ ସେନାର ଜଣେ ମୁଖପାତ୍ର କହିଛନ୍ତି, ତଲାସ ଏବଂ ଉଦ୍ଧାରକାରୀ ଦଳ ପ୍ରତ୍ୟକ୍ଷଭାବେ ବିମାନ ଦୁର୍ଘଟଣାସ୍ଥଳୀ ଠାବ କରିଛନ୍ତି। ପରେ ପରେ ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ।

publive-image Image Courtesy of NDTV

ଉଲ୍ଲେଖଯୋଗ୍ୟ, ୨୨ଜଣଙ୍କୁ ନେଇ ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ‘ତାରା ଏୟାର୍‌’ର ୯ଏନ୍‌ଏଇଟି ଦ୍ବୈତ-ଇଞ୍ଜିନ୍‌ ଥିବା ବିମାନ ସହ ରବିବାର ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କହିଥିଲେ।

ରାଡାର୍‌ରୁ ନିଖୋଜ ହୋଇଯାଇଥିବା ବିମାନରେ ୪ଜଣ ଭାରତୀୟ, ୨ଜଣ ଜର୍ମାନ୍, ୧୩ଜଣ ନେପାଳୀ ନାଗରିକ ଓ ୩ଜଣ ପରିଚାରକ ଥିଲେ।

publive-image Image Courtesy of India Today

ନେପାଳ ସେନାର ମୁଖପାତ୍ର ନାରାୟଣ ସିଲ୍‌ୱାଲ୍‌ ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’କୁ କହିଛନ୍ତି: ତଲାସକାରୀ ଦଳ ବିମାନର ଭଙ୍ଗାରୁଜା ଅଂଶ ଠାବ କରିବା ପରେ ଦୁର୍ଘଟଣାସ୍ଥଳୀର ଏକ ଫଟୋ ସେୟାର୍‌ କରିଛି। ଦୁର୍ଘଟଣାସ୍ଥଳୀ ଅଭିମୁଖେ ଅତିରିକ୍ତ ଦଳ ବାହାରିଛନ୍ତି। ସେମାନେ ପହଞ୍ଚିବା ପରେ ବିଶଦ ବିବରଣୀ ମିଳିଯିବ।

ଖରାପ ପାଗ ସହ ତୁଷାରପାତ ହେବାରୁ ରବିବାର ସନ୍ଧ୍ୟାରେ ତଲାସ ଓ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳୁ ପୁନଶ୍ଚ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ନେପାଳ ସେନା ଆଜି ପ୍ରତ୍ୟୁଷରେ ଜଣାଇଥିଲା।

ସ୍ଥାନୀୟ ବାସିନ୍ଦା ନେପାଳ ସେନାକୁ ଦେଇଥିବା ସୂଚନା ଅନୁସାରେ, ମାନପାଠି ହିମାଳ ଭୂସ୍ଖଳନ ତଳଭାଗରେ ଥିବା ଲାମଚେ ନଦୀ ମୁହାଣରେ ତାରା ଏୟାର୍‌ର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe